ମୟୂର ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ
ମୟୂରଭଞ୍ଜ ଜିଲ୍ଲାର ପୁରାତନ ଅଗ୍ରଣୀ ସାରସ୍ଵତ ସଂଗଠନ ମୟୂର ସାହିତ୍ୟ ସଂସଦ, ବେତନଟୀ ର କର୍ମକର୍ତ୍ତା ମଣ୍ଡଳୀର ପୁନର୍ଗଠନ କରାଯାଇଛି । ଏଥି ନିମନ୍ତେ ବେତନଟୀ ଧର୍ମଶାଳା ପରିସରରେ ଅନୁଷ୍ଠିତ ସାମ୍ବିଧାନିକ ସମ୍ମିଳନୀରେ ବେତନଟୀ ସିଭିଲ୍ ସୋସାଇଟିର ସଭାପତି ତଥା ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ଵାମୀ ନିର୍ବାଚନ ପରିଚାଳନା କରିଥିଲେ ଓ ପର୍ଯ୍ୟବେକ୍ଷକ ଭାବରେ ସାମ୍ବାଦିକ ଅରୁଣ କୁମାର ଓତା ଉପସ୍ଥିତ ଥିଲେ। ସଂସଦର ନିୟମ ଅନୁସାରେ ଆଗାମୀ ତିନି ବର୍ଷ ପାଇଁ ସଂସଦର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବୟୋଜ୍ୟେଷ୍ଠ କବି ଭାସ୍କର ଦ୍ୱିବେଦୀ, କାର୍ଯ୍ୟକାରୀ ସଭାପତି ଭାବେ ଲେଖକ ସଚ୍ଚିଦାନନ୍ଦ ମହାନ୍ତି, ଉପ-ସଭାପତି ଭାବରେ ଲେଖକ ଗୌତମ ଚନ୍ଦ୍ର ବେହେରା ଓ କବୟିତ୍ରୀ ସବିତା ମହାନ୍ତି, ସାଧାରଣ ସମ୍ପାଦକ ଭାବେ ନାଟ୍ୟକାର ନୀରଦ ସୁନ୍ଦର ଜେନା, ଯୁଗ୍ମ ସଂପାଦକ ଭାବେ କବି ରତିକାନ୍ତ ବେହେରା, ସଂଗଠନ ସଂପାଦକ ଭାବେ ମୀନକେତନ ମହାନ୍ତି, ସହ ସଂପାଦକ ଭାବେ ସୌଦାମିନୀ ପଣ୍ଡା, କୋଷାଧ୍ୟକ୍ଷ ଭାବେ ରବୀନ୍ଦ୍ରନାଥ ଖଟୁଆ, ପତ୍ରିକା ସଂପାଦକ ଭାବେ ପର୍ଶୁରାମ ସାହୁ, ପତ୍ରିକା ସହ ସଂପାଦକ ଭାବେ ମିନତି ସିଂହ , ସୀମା ଦାସ ଓ ଡଃ ମନ୍ଦାକିନୀ ସାହୁ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଡ଼ଃ ରମାକାନ୍ତ ମହାନ୍ତ, ପ୍ରାଧ୍ୟାପିକା ଉଷା ଶତପଥି , ଡାଃ. କୃପାସିନ୍ଧୁ ବିନ୍ଧାଣୀ , ହରେନ୍ଦ୍ରନାଥ ବାରିକ ଓ ପ୍ରଭାକର ସାହୁ ଙ୍କୁ ତଥା ବ୍ୟବସ୍ଥାପକ ଭାବରେ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କୁ ଚୟନ କରାଯାଇଥିଲା । ସଂସଦର ଉପଦେଷ୍ଟା ମଣ୍ଡଳୀରେ ବାସୁଦେବ ନାପିତ, ବିଜୟ କୁମାର ଦ୍ୱିବେଦୀ, ଯତୀନ୍ଦ୍ରନାଥ ସାବୁଙ୍କୁ ମନୋନୀତ କରାଯାଇଥିଲା ବେଳେ ସଂସଦର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ପୂର୍ବତନ ଅଧ୍ୟକ୍ଷ ଡଃ. ରମାକାନ୍ତ ସିଂହ, ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ଜୀ ଏବଂ ସାମ୍ବାଦିକ ଅରୁଣ କୁମାର ଓତା ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ କମଳ ଲୋଚନ କର ବିଶେଷ ସହଯୋଗ କରିଥିଲେ ।
