*ତାଳଚେର ପୌର ପରିଷଦ ର ଉପ ନଗରପାଳ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେପି ର 16 କାଉନସିଲର*
ରିପୋର୍ଟ ମନୋଜ ରାଉତ
ଅନୁଗୁଳ /ତାଳଚେର : (ନି ପ୍ର)ତା 8/5/2026: ତାଳଚେର ପୌର ପରିଷଦ ର ଉପ ନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ଙ୍କ ବିରୁଦ୍ଧରେ ଆଜି ଶନିବାର ଅନାସ୍ଥା ପ୍ରସ୍ତାବ ଅଣାଯାଇଛି |ତାଙ୍କର କାର୍ଯ୍ୟଧାରା ରେ ଅସନ୍ତୋଷ ପ୍ରକାଶ କରିବା ସହ ସେ ଉପ ନଗର ପାଳ ପଦବୀ ପାଇଁ ସମ୍ପୂର୍ଣ ଅସମର୍ଥ ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ରେ ଏବଂ କାଉନସିଲ ବୈଠକ ରେ ଅନୁପସ୍ଥିତ ରହିବା କୁ ନେଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି | ତାଳଚେର ପୌର ପରିଷଦ ର ସମସ୍ତ 21 କାଉନ ସିଲର ମଧ୍ୟରୁ ନିୟମାନୁଯାୟୀ ଦୁଇ ତୃତୀୟାଂଶ ରୁ ଉର୍ଦ୍ଧ ଅର୍ଥାତ 16 ଜଣ କାଉନସିଲର ଯଥାକ୍ରମେ ଆସିଫ ଖାନ, ଯଶୋବନ୍ତ ମିଶ୍ର, ଲିପିକା ବେହେରା, ସଂଜୀବ କୁମାର ବେହେରା, ଜିତେନ୍ଦ୍ର ଭୁତିଆ, ସନ୍ତୋଷ ବେହେରା, ମମତା ରାଉତ, ଅଜିତ କୁମାର ସାହୁ, ନିରୁପମା ପଟ୍ଟନାୟକ, ସଂଜୀବ କୁମାର ଗଡ଼ନାୟକ, ବଲବିନ୍ଦର କୌର, ସବିତା ପାଲ, ସ୍ୱାଧୀନ ଥମ୍ବ, ଲିନା ସାହୁ, ଶାନ୍ତନୁ କୁମାର ମିଶ୍ର ଓ ଅନିତା ବିଶ୍ୱାଳ ଅନୁଗୁଳ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଉପ ନଗର ପାଳ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଲିଖିତ ଭାବେ ପ୍ରଦାନ କରିଛନ୍ତି |ବିଜେପି ର ସମସ୍ତ 16 କାଉନ ସିଲର ଙ୍କ ସହ ତାଳଚେର ନଗରପାଳ ପବିତ୍ର ଭୁତିଆ, ମଣ୍ଡଳ ସଭାପତି ରାଜେଶ ଦଳେଇ, ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ ଓ ଅକ୍ଷୟ ବିଶ୍ୱାଳ ଙ୍କ ସମେତ ସମସ୍ତ ବରିଷ୍ଠ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
