ଆଜି ତାରିଖ 07.05.2026 ରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଳ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
CHC ବିଶ୍ୱନାଥପୁରକୁ ଗସ୍ତ କରିଥିଲେ। ମାନ୍ୟବର ମନ୍ତ୍ରୀ ଆମ ହସ୍ପିଟାଲ CHC ବିଶ୍ୱନାଥପୁରକୁ ପରିଦର୍ଶନ କରି ହସ୍ପିଟାଲର ସ୍ୱଚ୍ଛତା ଏବଂ ଆକର୍ଷଣୀୟ ଦୃଶ୍ୟ ଦେଖି ବହୁତ ଖୁସି ହୋଇଥିଲେ। ସେ ହସ୍ପିଟାଲଟି ବହୁତ ସୁନ୍ଦର ଭାବେ ରକ୍ଷାଣବେକ୍ଷଣ କରାଯାଇଥିବାର ପ୍ରଶଂସା କରିଥିଲେ। ସେ ହସ୍ପିଟାଲର OPD ଏବଂ IPD ବିଭାଗ ପରିଦର୍ଶନ କରି ବହୁତ ଖୁସି ହୋଇଥିଲେ। ପରେ ସେ CHC ବିଶ୍ୱନାଥପୁରରେ ଚାଲୁଥିବା ବିଭିନ୍ନ ସ୍ୱାସ୍ଥ୍ୟ ଏବଂ ପରିବାର କଳ୍ୟାଣ କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ସେ ASHA କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ ଓ ସେମାନଙ୍କ ଦାବି ସମ୍ବନ୍ଧୀୟ ଏକ ସ୍ମାରକପତ୍ର ମଧ୍ୟ ଗ୍ରହଣ କରିଥିଲେ ଏବଂ ସରକାରଙ୍କ ଦ୍ୱାରା ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ମଧ ଦେଇଥିଲେ। ପରେ ସେ ଚମ୍ପାଦେଇପୁର ପଞ୍ଚାୟତର ଖମନ ଖୁଣ୍ଟି ଗାଁକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଗାଁରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନାର ଭୂମିସ୍ତରୀୟ ସମୀକ୍ଷା କରିଥିଲେ। ପରେ ସେ ଏକ ଦଳୀୟ ବୈଠକକୁ ସମ୍ବୋଧନ କରିବା ପାଇଁ ଲାଞ୍ଜିଗଡ଼କୁ ଯାଇଥିଲେ। ତାହାପରେ ଭବାନୀପାଟଣାକୁ ଫେରିଆସିଥିଲେ।
