ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ -ଆମ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠକ।
ବ୍ରହ୍ମପୁର -ସ୍ଥାନୀୟ ଷ୍ଟେସନ ରୋଡସ୍ଥିତ ସର୍କିଟ ହାଉସ ର ସମ୍ମିଳନୀ କକ୍ଷ ରେ ଆମ ଆଦମୀ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ଅଧକ୍ଷତା ରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସରକାର ଙ୍କ ବିଫଳତା କୁ ମୁର୍ଦା କରି ନିର୍ବାଚନ କୁ ଜୋରଦାର କରାଯିବ ସହ ତୃଣମୂଳ ସ୍ତରରେ ସଂଗଠନ ଦୃଢ଼ କରାଯିବ ବୋଲି କର୍ମୀମାଙ୍କୁ ରାଜ୍ୟ ସଭାପତି ଗୁରୁମନ୍ତ୍ର ଦେଇଥିଲେ। ଏହି ଅବସରରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା କର୍ମୀ ମାନେ ନିଜର ସାଙ୍ଗଠନିକ ଦକ୍ଷତା ଉପରେ ଆଲୋଚନା କରିଥିଲେ। ପ୍ରତ୍ୟେକ ପଞ୍ଚାୟତ ରେ ସରପଞ୍ଚ, ୱାର୍ଡମେମ୍ବର, ସମିତିସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟ ସଂଗଠକ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ, ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ରାଉତ, ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚିକିଟୀ ବିଧାୟକ ପ୍ରାର୍ଥୀ ଶ୍ରୀନିବାସ ରେଡ୍ଡୀ, ଯୁବ ଜିଲ୍ଲା ସଭାପତି ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପି ନୀଳକଣ୍ଠ ରେଡ୍ଡୀ (ଆଇନଜୀବୀ )ସମେତ ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର କର୍ମୀ ମାନେ ଉପସ୍ଥିତ ରହିଥିଲେ।
