*ସାମାଜିକ ଅନୁଷ୍ଠାନ ଉତ୍କଳ ଯୁବ ଓ ସମାଜ କଲ୍ୟାଣ ସଂସ୍ଥାର ସାଂସ୍କୃତିକ କାର୍ଯ୍ୟକ୍ରମ ମକ୍ରମେଳା ଓ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ*
ନୂଆପଡା( ମିଖାଏଲ ନନ୍ଦ)
ତା ୦୭/୦୫
ସାମାଜିକ ଅନୁଷ୍ଠାନ ଉତ୍କଳ ଯୁବ ଓ ସମାଜ କଲ୍ୟାଣ ସଂସ୍ଥା UYASD ତରଫରୁ ଶିଶୁପାଳ ଗଡ଼ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମକ୍ରମେଳା ଓ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି. ଅନୁଷ୍ଠାନିକ ଭାବରେ ଅନୁଷ୍ଠାନ ର ନିଁର୍ଧେଶକ ଶିବ ପ୍ରସାଦ ରାଉତ ରାୟ ଉଦଘାଟନ କରିଥିଲେ. ଅନ୍ୟତମ ଅତିଥି ତୃପ୍ତି ରାଣୀ ସିଂହ ଲାଲ ଅତିଥି ପରିଚୟ ସହ ଆମ ସଂସ୍କୃତି ଓ ପରମ୍ପରା ବିଷୟ ରେ ଆଲୋକପାତ କରିଥିଲେ. ବିଶିଷ୍ଟ ଅତିଥି ବାଲେଶ୍ୱର କଳାକାର ସଂଘ ର ସମ୍ପାଦକ ପ୍ରଫୁଲ୍ଲ ଘୋଷ ଆମ ପର୍ବ ପର୍ବାଣି ଓ ଓଡ଼ିଆ ସାଂସ୍କୃତିକ ଓ ଚଳଣି କୁ ଉଦ୍ଜୀବିତ କରିବା ପାଇଁ ଅନୁଷ୍ଠାନ ର ଭୂମିକା ବିଷୟରେ ବିସ୍ତୃତ ବର୍ଣନା କରିଥିଲେ ଆଜିର ଏହି କାର୍ଯ୍ୟକ୍ରମ ରେ ଅଂଚଳ ର କଳାକାର ତଥା ମାନ୍ୟଗନ ବ୍ୟକ୍ତି ଓ ଜନ ସାଧାରଣ ଯୋଗଦାନ କରିଥିଲେ. ବିଭିର୍ଣ୍ଷ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା କଳା ପରିବେଷଣ କରାଯାଇ କଳାକାର ତଥା ଅତିଥି ମାନଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ଟି ଓଡିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ସୌଜନ୍ୟ ରେ ପାଳନ ହୋଇଥିଲା.
