ବାଲେଶ୍ୱର ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଭାବେ ସେକ୍ ଅତିଉଲା ଚୟନ(ଫଟୋ)
ସୋର(ଜ୍ୟୋତିପ୍ରକାଶ ଦୀକ୍ଷିତ, ଭଞ୍ଜଦୂତ,ନିପ୍ର)- ସୋର ତଥା ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଆଇନଜୀବୀ ସେକ୍ ଅତିଉଲ୍ଲାଙ୍କୁ ଭାଜପାର ବାଲେଶ୍ୱର ଜିଲ୍ଲା ସଂଖ୍ୟାଲଘୁ ସଭାପତି ଭାବେ ପାର୍ଟ ତରଫରୁ ନାମ ଘୋଷଣା କରାଯାଇଛି। ସେକ୍ ଅତିଉଲ୍ଲା ଦୀର୍ଘଦିନ ଧରି ସୋର ଏବଂ ବାଲେଶ୍ୱରରରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହିତ ରାଜନୈତିକ ସଂପୃକ୍ତି ଥାଇ ସଂଖ୍ୟାଲଘୁ ଲୋକମାନଙ୍କର ସମସ୍ୟା ସୁଚାରୁ ରୂପେ ତୁଲାଉଥିଲେ। ଏହି ନିଯୁକ୍ତି ପରେ ସେ ସାଂସଦ ପ୍ରତାପ କୁମାର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ସୋର ପ୍ରାକ୍ତନ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଧନ୍ୟବାଦ ଦେବା ସହିତ ଦଳୀୟ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ସହ ଦଳର ଆଭିମୁଖ୍ୟକୁ ସଂଖ୍ୟାଲଘୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବଦ୍ଧପରିକର ରହିବି ବୋଲି କହିଛନ୍ତି।
