
ବାସନ୍ତୀ ଦେବୀ ଉଚ୍ଚ ବିଦ୍ୟାଳୟର
ଛାତ୍ରୀ ଛାତ୍ରଙ୍କ କୃତିତ୍ୱ l
ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗପୁର ପଞ୍ଚାୟତ ବାସନ୍ତୀ ଦେବୀ ଉଚ୍ଚ ବିଦ୍ୟାଳୟ ଚାନ୍ଦଡିହା, ଛେଳିଆ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ରେ ଏବର୍ଷ ୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ୨୧ ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ମାତ୍ର ୩ ଜଣ ଫେଲ ହୋଇଛନ୍ତି l A2 ରେ 4ଜଣ ଓ B1 ରେ ୫ ଜଣ ମୋଟ ୯ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି l ସୁଦୀପ୍ତ ମହାନ୍ତି ସର୍ବାଧିକ ୫୨୨ ନମ୍ବର ରଖି ବିଦ୍ୟାଳୟର ଗୌରବ ରଖିଛନ୍ତି l ସୌରଭ ନାୟକ 494, ମୋନାଲିସା ସେଠି -492,ସାଇଶଙ୍କର ବେହେରା -480,ଦିଶାନ୍ତ କୁମାର ସାହୁ- 451, କ୍ରିଷ୍ନା ବାରିକ -437,ସୁଭଦ୍ରା ସେଠି -426,ଦେବାଶିଷ ମୁର୍ମୁ -422,ଭାଗ୍ୟଶ୍ରୀ ନାୟକ -362 ନମ୍ବର ରଖିଛନ୍ତି l ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମୋହଲରେ ଖୁସିର ଲୋହରି ଖେଳିଯାଇଛି l ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ଅଭିଭାବକମାନେ କହିଛନ୍ତି l
ବଡ଼ସାହି ରୁ ମଧୁସୂଦନ ପଣ୍ଡା
ଭଞ୍ଜଦୂତ ନିୟୁଜ l
