ବିଦ୍ୟୁତ୍ ଆଘାତରେ ୫ ଗୋରୁ ମୃତ୍ୟୁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଟାଟା ପାୱାର ଅଧିକାରୀ ଙ୍କ ଖାମଖିଆଲି ନିତି ପାଇଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୋର ବ୍ଲକ ବାଳଙ୍ଗ ପଂଚାୟତ ମୁକ୍ତେଶ୍ଵରପୁର ଗ୍ରାମର ୫ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି କାଳବୈଶାଖୀ କାରଣରୁ ଏହି ଗ୍ରାମରେ ବିଦ୍ୟୁତ ତାର ଛିଣ୍ଡି ତଳେ ପଡିଥିଲା। ପରଦିନ ସକାଳେ ଗ୍ରାମର କିଛି ଲୋକଙ୍କ ୫ଟି ଗୋରୁ ଚରିବାକୁ ଯାଇଥିବା ବେଳେ ଉକ୍ତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ପରେ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ । ପରେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ,ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର,ଅନନ୍ତପୁର ଥାନାଧିକାରୀ ସରୋଜ ଦାସ ଓ ବିଦ୍ୟୁତ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦେବା ସହିତ ଯଥାଶୀଘ୍ର ମରାମତି କାମ କରିବାକୁ ପ୍ରତିଶୃତି ଦେବା ପରେ ପରିବେଶ ଶାନ୍ତ ପଡିଥିଲା।
