**ତିର୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ଜଳଛତ୍ର ଉଦଘାଟିତ**
ଜଗତସିଂହପୁର ଜିଲ୍ଲା ତିର୍ତୋଲ,:ତିର୍ତୋଲ ବ୍ଲକ ଅଧିନରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଗଠିତ ହୋଇଛି ସାମ୍ବାଦିକ ସଂଘ, ସ୍ଥାନୀୟ ଅଂଚଳରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜାରିରଖିଥିବା ସହିତ ଜଳ ହିତକର କାର୍ଯ୍ୟ କରିଚାଲିଛି ତିର୍ତୋଲ ସାମ୍ବାଦିକ ସଂଘ l ଏହି ମର୍ମରେ ଗତ ବର୍ଷ ଦହିପଣା ବଣ୍ଟନ କରି ଜଳ ପ୍ରଶଂସା ସାଉଁଟି ଥିବାବେଳେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରଭାବକୁ ଦେଖି ଆଜି (ଶୁକ୍ରବାର )ସଂଘ ପକ୍ଷରୁ ତିର୍ତୋଲ ସରଣୀ ବଜାରରେ ଥିବା ପୁଷ୍ପା ଗ୍ରାଫିକ୍ସ ସାମ୍ନାରେ ଦହି ପଣା ବଣ୍ଟନ ର ଶୁଭ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ କୁ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ,ଏସଡିପିଓ ଅଜୟ କୁମାର ଦାସ,ଏସ.ଆଇ କୁନୀଲତା ଜେନା,ତିର୍ତୋଲ ପଂଚାୟତ ସମିତି ଅଧକ୍ଷ ମନୋଜ କୁମାର ବେହେରା,ଶୁଭାରମ୍ଭ
କରିଥିଲେ l ଏହିକାର୍ଯ୍ୟ ରେ ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ଉପଦେଷ୍ଟା ଅମର ଜ୍ୟୋତି ସାହୁ, ଅନ୍ୟତମ ଉପଦେଷ୍ଟା ତଥା ତିର୍ତ୍ତୋଲ ଓକିଲ ସଂଘ ସମ୍ପାଦକ ଟୁକନ ଚରଣ ସେଠୀ, ବରିଷ୍ଟ ଆଇନିଜିବି ସୁଧୀର ଚନ୍ଦ୍ର ଖୁଣ୍ଟିଆ, ଉପସ୍ଥିତ ଥିଲେ।ତିର୍ତ୍ତୋଲ ସାମ୍ବାଦିକ ସଙ୍ଘର ସଭାପତି ପ୍ରଭାତ କୁମାର ପରିଡା, ସମ୍ପାଦକ ଚନ୍ଦ୍ରକାନ୍ତ ବାରିକ, କୋଷାଧ୍ୟକ୍ଷ ଭାନୁଶଙ୍କର ରାଉତରାୟ ଙ୍କ ସମେତ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ଉପସ୍ଥିତ ରହି ସୁପରିଚାଳନା କରିଥିଲେ lଗ୍ରୀଷ୍ମ ପ୍ରଭାବ ସହିତ ଜାରିରହିବ ବୋଲି କାର୍ଯ୍ୟକାରି ସଭାପତି ପ୍ରଭାତ କୁମାର ପରିଡା ପ୍ରକାଶ କରିଛନ୍ତି l
