**ଅରିଲୋ ଶିଶୁ ଅନନ୍ତ ଆଶ୍ରମ ୫୭ ତମ ବାର୍ଷିକ ଚତୁର୍ଦଶୀ ମେଳା ପାଳିତ ଏବଂ ତିର୍ତୋଲ ସାମ୍ବାଦିକ ସଂଘ ତରଫରୁ ଟଙ୍କତୋରାଣି ଏବଂ ଜଳ ସେବା ବଣ୍ଟନ **
ଜଗତସିଂହପୁର ଜିଲ୍ଲା ତିର୍ତୋଲ :ତିର୍ତୋଲ ବ୍ଲକ ଅଧିନସ୍ତ ଅରିଲୋ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆୟୋଜିତ ୫୭ ତମ ବାର୍ଷିକ ଚତୁର୍ଦଶୀ ମେଳା ହୋଇଯାଇଛି l ଏହି ମେଳା ଅବସରରେ ବିଭିନ୍ନ ସ୍ଵେଛାସେବୀ ସଂଗଠନ ତରଫରୁ ଆଶ୍ରମ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପାନୀୟ ଜଳ ଵେବସ୍ତା କରାଯାଇଥିଲା l ଦହି ପଣା, ତରଭୁଜ ସର୍ବତ, ଛତୁଆ ପଣା, ନାଣ୍ଡି ବଗୁଲି ପଣା,ପଦୀନା ଆଦି ପାନୀୟ ଜଳ ସହିତ ଟଙ୍କତୋରାଣି ସର୍ବାଗ୍ରେ ରହିଥିଲା l ତିର୍ତୋଲ ସାମ୍ବାଦିକ ସଂଘ, କଦମ ଗଛ ସଂଘ କ୍ଳବ ର ସମସ୍ତ ସଦସ୍ୟଙ୍କ ସହିତ ଅରିଲୋ ଦେଉଳି ପଡ଼ା କେଶରଡ଼ା ଗ୍ରାମ ର ମୁରବି ଏବଂ ସ୍ଵେଛାସେବି ମାନଙ୍କ ମିଳିତ ଉଦ୍ୟମ ରେ ଏହି ଟଙ୍କତୋରାଣି ବଣ୍ଟନ କାର୍ଯ୍ୟକ୍ରମ ସଫଳତ ହେବା ସହିତ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା l ଉଦଯାପନୀ ଉତ୍ସବ ରେ ସନ୍ଥ ସମ୍ଭିଳନୀକୁ ଉଦବୋଧନ କରି ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ ସତ୍ୟ,ସନ୍ଥ ଓ ଶାସ୍ତ୍ର ଏତିନୋଟି ଧର୍ମର ମୂଳ ମନ୍ତ୍ର ଆଧାର ଅଟେ l ସନାତନ ଧର୍ମ ଅନେକ ମତ ମତାନ୍ତରରେ ବିଭାଜିତ ହେବା ଦ୍ୱାରା ଶାସ୍ତ୍ରର ମୌଳିକ ସିଦ୍ଧାନ୍ତ ରୁ ଜନସାଧାରଣ ଦୁରେଇ ରହୁଛନ୍ତି l କର୍ମ ହିଁ ମନୁଷ୍ୟର ବାସ୍ତବ ପରିଚୟ, କର୍ମ ହିଁ ପ୍ରତିଟି ଜୀବନକୁ ସୁଖ ଓ ଦୁଃଖ ଉଭୟକୁ ପ୍ରଦାନ କରିଥାଏ l ଏବଂ ଗଛ ଆମ ଜୀବନର ସବୁ ଠାରୁ ମୂଲ୍ୟବାନ ସମ୍ପତି ବୋଲି ଶ୍ରଦ୍ଧାଳୁ ମାନଙ୍କୁ ବାର୍ତା ରଖିଥିଲେ l ପଶୁ ପକ୍ଷୀଙ୍କ ପରିବେଶ କି ଭଳି ସୁନ୍ଦର ହେବ ସେ ସମ୍ପର୍କ ରେ ମଧ୍ୟ୍ୟ ଦାୟିତ୍ୱ ନେବା ଆମମାନଙ୍କର ଉଚିତ ବୋଲି କହିଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବାବାଜୀ ଗୋପାଳ ଦାସ, ଶ୍ରୀନିବାସ ଦାସ,ଡ଼.ଚିଦାନନ୍ଦ ଦାସ,ବ୍ରହ୍ମଚାରି ବିମ୍ବାଧର ଦାସ, ପ୍ରକାଶ ଦାସ, ମନୋଜ ଦାସ,ସଂଜୟ ଦାସ, ଆଦି ସଂଚାଳନ କରିଥିଲେ l
