ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ
ବରଗଡ଼:୦୧/୦୫(ନି ପ୍ର)ବରଗଡ଼
ଭଟିଲି ଛକ ସ୍ଥିତ ସୁପ୍ରିୟ।ମାର୍ଗ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା – ୨୦୨୬ ର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିକ୍ରମ ମିଶ୍ର ଙ୍କ ବାସଭବନ ରେ ଅନୁଷ୍ଠିତ ହୋଇଯାଇଅଛି।
ସଭାପତି ଶ୍ରୀ ଲିଙ୍ଗରାଜ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଶ୍ରୀ କେଦାର ମିଶ୍ର ଗତ ବର୍ଷର ଆୟ-ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ଚଳିତ ବର୍ଷର ବଜେଟ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ଆଡମ୍ବରରେ ରଥଯାତ୍ରା ଆୟୋଜନ କରାଯିବବୋଲି ଶ୍ରୀ ପ୍ରଭାଦିତ୍ୟ ମିଶ୍ର ପ୍ରକାଶ କରିଥିଲେ.କାର୍ଯ୍ୟକ୍ରମ ରେ ୯ ଦିନ ବ୍ୟାପି ଭଜନ ସନ୍ଧ୍ୟା, ନାମ ସଙ୍କୀର୍ତ୍ତନ, ଘଣ୍ଟ-ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ବୈଠକ ରେ ସ୍ଥିର ହୋଇଥିଲା.।ଏହି ରଥଯାତ୍ରା ମହୋତ୍ସବରେ ସୁପ୍ରିୟାମାର୍ଗ, ନିଗମାନନ୍ଦ ବିହାର, ନଦିପଡ଼ା, କୋଶଲ ନଗର, ଭାରତୀ ନଗର, ସମେତ ସମଗ୍ର ବରଗଡ଼ ସହରବାସୀଙ୍କ ସକ୍ରିୟ ଯୋଗଦାନ ଓ ସହଯୋଗ ରହିବବୋଲି ଶ୍ରୀ କେଦାର ମିଶ୍ର ପ୍ରାକ ସୂଚନା ପ୍ରଦାନ କରିଛନ୍ତି।
ବୈଠକରେ ଉପସ୍ଥିତ ବରିଷ୍ଠ ସଦସ୍ୟ, ମହିଳା ସଦସ୍ୟା ଓ ଯୁବ ସ୍ୱେଚ୍ଛାସେବୀମାନେ ରଥଯାତ୍ରାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ବିଭିନ୍ନ ଉପ-କମିଟି ଗଠନ ଉପରେ ଆଲୋଚନା କରିଥିଲେ। ରଥ ନିର୍ମାଣ, ଆଲୋକ ସଜ୍ଜା, ପ୍ରସାଦ ସେବନ, ଭକ୍ତଙ୍କ ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ସଭାପତି ଶ୍ରୀ ଦାଶ କହିଛନ୍ତି ୨୫ ବର୍ଷର ଏହି ପରମ୍ପରାକୁ ଅଧିକ ଭବ୍ୟ କରିବା ପାଇଁ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରୁଛୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ରୌପ୍ୟ ଜୟନ୍ତୀ ଯାତ୍ରା ଐତିହାସିକ ହେବ।
ବୈଠକ ରେ ମାଧବୀ ମିଶ୍ର, ବବିତା ପ୍ରଧାନ, ପଦ୍ମିନୀ ସାହୁ,ରୋଜାଲିନ ଭୂୟାଁ , ସ୍ବର୍ଣ୍ଣକାନ୍ତି ମେହେର,ପୂର୍ଣଚନ୍ଦ୍ର ମହାପାତ୍ର, ଦୟାନିଧି ମହାପାତ୍ର, ଘନଶ୍ୟାମ ମେହେର,ବିଶ୍ୱଜିତ ମିଶ୍ର, ପ୍ରତାପ ପ୍ରଧାନ, ରମେଶ ଆଚାର୍ଯ୍ୟ ସନ୍ତୋଷ ଦେବତା, ଦିବ୍ୟ କିଶୋର ମିଶ୍ର,ବିକାଶ ପାଣିଗ୍ରାହୀ,ଚିତ୍ତରଞ୍ଜନ ମିଶ୍ର, ସୌମ୍ୟ ରଞ୍ଜନ ଦେବତା ପ୍ରମୁଖ ବୈଠକ ରେ ଭାଗ ନେଇ ଥିଲେ,।
