ନୋଡାଲ ଅଧିକାରୀଙ୍କ ବୌଦ୍ଧ ଜିଲ୍ଲା ପରିଦର୍ଶନ l
ବୌଦ୍ଧ ତା ୨୮/୦୪
ଓଡିଶା ସରକାରଙ୍କ ବୌଦ୍ଧ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଓ ସି ଏଚ ଏସ ସି ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, IAS ଓ ଡେପୁଟି ସେକ୍ରେଟାରୀ ଯଶୋବନ୍ତ ସାମଲ ସରସରା ସ୍ଥିତ ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି I ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ସରସରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀବନ୍ତ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମଜା ପତି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରାର ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରାଙ୍କ ଉପସ୍ଥିତିରେ ସେଠାର ପି ଏମ ଶ୍ରୀ ସାମଗ୍ରୀ, ସକ୍ଷମ କେନ୍ଦ୍ର ଓ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରାର ଶିଶୁବାଟିକା ଓ ଏଫ ଏଲ ଏନ ଶ୍ରେଣୀ କକ୍ଷ, ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପଦ୍ଧତି ଓ ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିଥିଲେ I
ବୌଦ୍ଧ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଓ ଡେପୁଟି ସେକ୍ରେଟାରୀଙ୍କ ପରିଦର୍ଶନ ଆଗାମୀ ଦିନରେ ଜିଲ୍ଲାରେ ଶୈକ୍ଷିକ ବିକାଶ ପାଇଁ ସହାୟକ ହେବ l
