ସଡ଼କ ଦୁର୍ଘଟଣା ରେ ଜଳିଗଲା ଟ୍ରେଲର ସହ ଚାଳକ, ଗୋଟିଏ ଲୁହାପଥର ବୋଝେଇ ଟ୍ରେଲର ତ ଅନ୍ୟଟି କୋଇଲା ପରିବହନ ଟ୍ରେଲର, ଓଲଟିଲା ଲୁହାପଥର ବୋଝେଇ ଟ୍ରେଲର ଏବଂ ଜଳିଗଲା କୋଇଲା ପରିବହନ ଟ୍ରେଲର
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ (ଜିଲ୍ଳା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ସହ ମମତା ମେହେର ବ୍ଲକ୍ ପ୍ରତିନିଧି)
ତାରିଖ ୩୦/୪/୨୬
ଗୁରୁବାର ଭୋର୍ ସକାଳ ଚାରିଟା ସମୟରେ ହେମଗିରି ଥାନା ଅନ୍ତର୍ଗତ ଗୋପାଳପୁର ନିକଟସ୍ଥ ଡି ବି ଏଲ କମ୍ପାନୀ କାର୍ଯ୍ୟାଳୟ ସସମ୍ମୁଖରେ ହୁତୁହୁତୁ ହୋଇ ଏକ ଟ୍ରେଲର ଜଳିଯାଉଥିବାର ତଥା ଅପର ପାର୍ଶ୍ୱରେ ଏକ ଲୁହାପଥର ବୋଝେଇ ଟ୍ରେଲର ଓଲଟି ପଡିଥିବାର ଦେଖିଥିଲେ ଅଞ୍ଚଳବାସୀ ଓ କିଛି କମ୍ପାନୀ କର୍ମଚାରି । କିଛି ବୁଝିବା ଆଗରୁ ନିଆଁ ର ପ୍ରକୋପ ଏତେ ବେଶୀ ଥିଲା ଜେ ଆୟତ୍ତ କରିବା ସମ୍ୱନ୍ଧୀୟ ସମସ୍ତ ପ୍ରଚେଷ୍ଟା ଆରମ୍ଭ କରିଥିଲେ କମ୍ପାନୀ କର୍ମଚାରି ଓ ଅଞ୍ଚଳବାସୀ । କମ୍ପାନୀ ପାଣିଟ୍ୟାଙ୍କର ମଗାଜାଇ ପ୍ରଥମେ ନିଆଁ କୁ ଆୟତ୍ତ କରାଯାଇଥିଲା । ପରେ ସକାଳ ଆଲୁଅରେ ଦେଖିବାକୁ ପାଇଥିଲେ କିଛି ଦରପୋଡ଼ା ଶରୀରର ଅଂଶବିଶେଷ । ସେଥିରୁ ଜାଣି ପାରି ଥିଲେ ହେଲେ ଜାଣୀ ପାରିନଥିଲେ ଜେ ଦୁର୍ଘଟଣା କିଏ ଘଟାଇଛି । ଅନ୍ୟ ଟ୍ରେଲର ଚାଳକ ଘଟଣା ସ୍ଥଳରୁ ଫେରାର ମାରିଛି । ହେମଗିରି ଥାନା ଅଧିକାରୀ ମନୋରଞ୍ଜନ ବିଶି ସମେତ ବଲିଙ୍ଗା ଫାଣ୍ଡି ପୋଲିସ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ସହ ଗାଡ଼ି ଚେଶିସ୍ ନଂ ରୁ ଗାଡ଼ି ନମ୍ବର, ମାଲିକ ତାସହ ଚାଳକ ଙ୍କ ପରିଚୟ ଓ ଠିକଣା ପତ୍ତା ଲଗାଇଛନ୍ତି । ୟୁ ଡି କେସ ନଂ _____ ରେ ମାମଲାରୁଜ୍ଜୁ କରି ଶରୀର ଅବଶିଷ୍ଟାଂଶ କୁ ଉଦ୍ଧାର୍ କରି ବ୍ୟବଚ୍ଛେଦ ପାଇଁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସବାଗାରରେ ରଖା ଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।
