ବାର୍ଷିକୋତ୍ସବ ଓ କଳାକାର ମହାସମାବେଶ ନେଇ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର, ତା. ୩୦/୦୪ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଅଷ୍ଟମ ବାର୍ଷିକୋତ୍ସବ ପାଳନ ଅବସରରେ ଏକ କଳାକାର ମହାସମାବେଶର ଆୟୋଜନ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ଅଭିରାମ ରାଉଳ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ସାହୁ, ସୁଦାମ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଜୁଲାଇ ତିନି ତାରିଖରେ ସଂଘର ଅଷ୍ଟମ ବାର୍ଷିକୋତ୍ସବ ପରିପ୍ରେକ୍ଷିରେ ଅନ୍ୟୁନ ପାଞ୍ଚ ହଜାର କଳାକାରଙ୍କୁ ନେଇ ଏକ କଳାକାର ମହାସମାବେଶ ଆୟୋଜନ କରାଯିବା ନେଇ ସ୍ଥିର କରାଗଲା। ବର୍ଣାଢ୍ୟ କଳାକାର ଶୋଭାଯାତ୍ରା, ବିଭିନ୍ନ ଲୋକକଳା ପ୍ରଦର୍ଶନ, ପ୍ରତିଭାଧର କଳାକାରଙ୍କୁ ସମ୍ବର୍ଦ୍ଧନା ଇତ୍ୟାଦି ବହୁବିଧ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ କାର୍ଯ୍ୟକାରୀ ସଭାପତି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟା ଗୀତା ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
