*୬ଦଫା ଦାବି ୟୁଜେଏ ପକ୍ଷରୁ ଯାଜପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ l*
ଯାଜପୁର ଭଞ୍ଜଦୁତ ବ୍ୟୁର : ୨୯/୦୪: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ୬ ଦଫା ନାର୍ଯ୍ୟ ଦାବିନେଇ ଯାଜପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପ୍ରିଲ ୨୯ ତାରିଖ ଦିନ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ୨୨ଟି ରାଜ୍ୟପରି ଓଡ଼ିଶାରେ ବୃଦ୍ଧ ସାମ୍ବାଦିକ ମାନଙ୍କୁ ପେନ୍ସନ୍ ପ୍ରଦାନ, ସ୍ୱାସ୍ଥ୍ୟ ବିମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଊର୍ଦ୍ଧ୍ୱ ସନ୍ତାନଙ୍କୁ ସାମିଲ, ରାଜ୍ୟରେ ପ୍ରେସ୍ ଏକାଡେମୀ ଗଠନ, ଅଧୀସ୍ୱୀକୃତି କମିଟିର ପୁନର୍ଗଠନ କରି ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ସାମ୍ବାଦିକମାନଙ୍କୁ ସେଥିରେ ସାମିଲ କରିବା ପ୍ରଭୃତି ଦାବି ନେଇ ରାଜ୍ୟ ସଂଘ ଡାକରାରେ ରାଜ୍ୟବ୍ୟାପି ଚାଲିଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା । ଜିଲ୍ଲା ସଭାପତି ହରିହର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ସଂଯୋଜକ ମଦନ ପାଣି, ଜିଲ୍ଲା ସାଧାରଣ ସଂପାଦକ ପବିତ୍ର ରଂଜନ ମହାନ୍ତି, ରାଜ୍ୟ ସମ୍ପାଦକ ବିଶ୍ୱଜିତ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ କର,ବିପ୍ଲବ ବିଜୟ ପଣ୍ଡା, ଶରତ ମହାରଣା, ଶ୍ରୀମନ୍ତ କୁମାର ଜେନା, ସୁଦିପ୍ କୁମାର ମିଶ୍ର, ଭାଗିରଥି ବାରିକ, ବିନୟ ରଂଜନ ଜେନାମଣି, ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଙ୍ଗବଲ୍ଲଭ ସାହୁ, ପ୍ରଦ୍ୟୁମ୍ନ କୁମାର ବୋଇତେଇ, ଶୁଭାଶିଷ ଦାସ ମହାପାତ୍ର, ଦେବେନ୍ଦ୍ର କୁମାର ବେହେରା, ରାକେଶ କୁମାର ସାହୁ, ଦିଲ୍ଲୀପ କୁମାର ପରିଡ଼ା, ବାବୁଲି ରାଉତ, ମନୋରଂଜନ ମଲ୍ଲିକ, ପ୍ରଦୀପ କୁମାର ଜେନା, ଜିତେନ୍ଦ୍ର ରାଉତ, ପ୍ରମୋଦ କୁମାର ପାତ୍ର, ଆଶୁତୋଷ ମହାନ୍ତି, ସଂଜୟ କର, ଲିଙ୍ଗରାଜ ସାହୁ, ପ୍ରହଲ୍ଲାଦ ଦାସ, ଅଭିମନ୍ୟୁ ମିଶ୍ର, ଦିବ୍ୟକାନ୍ତ କର, ପ୍ରଭାତ କୁମାର ମହାନ୍ତି, କୈଳାସ ଚନ୍ଦ୍ର ରାଏ, ଅଂଜନ କୁମାର ପତି, ପ୍ରଦୀପ, ଅଶୋକ କୁମାର ଦାସ, ଦୀପକ କୁମାର ମହାନ୍ତି, ମନୋଜ କୁମାର ନାୟକ, ଅଜିତ୍ କୁମାର ମିଶ୍ର, କପିଳେନ୍ଦ୍ର ରାଉତ, ଦର୍ଶନ ବେହେରା, ଶଙ୍କର ସେଠୀ, ଅସିତ୍ କୁମାର ମହାନ୍ତ, ସେକ୍ ବହୁର, ରଂଜିତ ଦଳାଇ, ଲମ୍ବୋଧର ବେହେରା, ଜ୍ୟୋତିପ୍ରକାଶ ମିଶ୍ର, ବାଦଲ ନାୟକ, ଚିତ୍ତରଂଜନ ସାହୁ, ଶ୍ରୀକାନ୍ତ ମହାପାତ୍ର, କ୍ଷୀରୋଦ ମୁଦୁଲି, ଜୟପ୍ରକାଶ ନାୟକ, ସିତାଂଶୁଶେଖର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନକରି ଖୁବ୍ଶୀଘ୍ର ସରକାର ସାମ୍ବାଦିକଙ୍କ ଦାବି ପୁରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଦୃଢ଼ ହେବବୋଲି ଚେତାବନୀ ଦେଇଥିଲେ । ଦୀର୍ଘ ସମୟ ଧାରଣା ଓ ପ୍ରତିବାଦ ସଭା ଚାଲିବା ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ôଚ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ ।
