*ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର*
ବରଗଡ : ୨୯.୦୪.(ନି, ପ୍ର )(ଯୋଗେନ୍ଦ୍ର ସାହୁ )
ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବରଗଡ ପଞ୍ଚାୟତ ମହାବିଦ୍ୟାଳୟର ରାଜନୀତି ବିଭାଗର ମୁଖ୍ଯ ତଥା ସହକାରୀ ପ୍ରଫେସର ଶ୍ରୀଯୁକ୍ତ ସୁବଳ ମେହେର ମୁଖ୍ଯ ଆଲୋଚକ ଭାବେ ଯୋଗଦେଇ ଭାରତୀୟ ଲୋକତନ୍ତ୍ରରେ ମହିଳାମାନଙ୍କ ଭାଗୀଦାରିତା ଓ ନାରୀଶକ୍ତି ବନ୍ଦନ ଅଧିନିୟମର ପ୍ରାସଙ୍ଗିକତା ସଂପର୍କରେ ବିଶଦ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଚତୁର୍ଥ ସେମିଷ୍ଟାର୍ ର ଛାତ୍ରୀ ଜ୍ଯୋତିର୍ମୟୀ ମ୍ରିଶ୍ର ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଅଧ୍ଯାପକ, ଅଧ୍ଯାପିକା, କର୍ମଚାରୀବୃନ୍ଦ ଓ ବିଭିନ୍ନ ବିଭାଗର ଛାତ୍ରୀ ମାନେ ଯୋଗଦେଇ ଥିଲେ । ସଭା ଶେଷରେ ପ୍ରାଧ୍ୟାପିକା ମଧୁସ୍ମିତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
