ବେତନଟୀ ବ୍ଲକରେ ନିଲମ୍ବନ ୧୨ ଦିନ ପରେ ବି କାର୍ଯ୍ୟ କରୁଥିଲେ ପୂର୍ବତନ ବିଡିଓ।ନୂତନ ବିଡିଓ ଙ୍କ ଯୋଗଦାନ,
ବେତନଟୀ, ୨୮/୪ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକରେ ନୂତନ ବିଡିଓ ଭାବେ ମୁନା ସେଠୀ ଯୋଗଦାନ କରିଛନ୍ତି । ସେ ବର୍ତ୍ତମାନ ସାମାଖୁଣ୍ଟା ବ୍ଲକର ବିଡିଓ ଭାବେ କାର୍ଯ୍ୟରତ ଥିବା ସହ ବେତନଟୀ ବ୍ଲକର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।ଏହି ଅବସରରେ ବେତନଟୀ ମିଡ଼ିଆ ଆସୋସିଏସନ ତରଫରୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା। ସାକ୍ଷାତକାରରେ ମୁନା ସେଠୀ ବେତନଟୀ ବ୍ଲକର ବିକାଶମୂଳକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ସମସ୍ୟା ଏବଂ ପ୍ରଶାସନିକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ସେଠୀ କହିଥିଲେ ଯେ ଉଭୟ ବ୍ଲକର ସମନ୍ୱୟ ରଖି ସ୍ୱଚ୍ଛ ଓ ଦକ୍ଷ ପ୍ରଶାସନ ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ରହିବ। ବେତନଟୀ ବ୍ଲକର ବିଭିନ୍ନ ଯୋଜନା ଯଥା ପାନୀୟ ଜଳ ଯୋଗାଣ, ଦିର୍ଘ ଦିନ ଧରି ସଫା ହୋଇ ନଥିବା ଡ୍ରେନ ସଫା,ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସେ ପ୍ରାଥମିକତା ଦେବେ ବୋଲି ସୂଚନା ଦେଇଛନ୍ତି।
ବେତନଟୀ ମିଡ଼ିଆ ଆସୋସିଏସନ ସଦସ୍ୟମାନେ ଏହି ନିଯୁକ୍ତିକୁ ସ୍ୱାଗତ କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ତାଙ୍କ ନେତୃତ୍ୱରେ ବ୍ଲକର ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ।ଅନ୍ୟ ପକ୍ଷରେ ବେତନଟୀ ର ପୂର୍ବତନ ବିଡିଓ ଶୁଶାନ୍ତ କୁମାର ସୂତାର ଙ୍କ ନିଲମ୍ବନ ଆଦେଶ ଗତ ଏପ୍ରିଲ ୧୫ ତାରିଖ ରୁ ଆସିଥିବା ବେଳେ ଦୀର୍ଘ ୧୨ଦିନ ପର୍ଯ୍ୟନ୍ତ ନିଲମ୍ବନ କରାଯାଇ ନଥିଲା ନିଲମ୍ବିନ ଆଦେଶ ପରେ ବାର ଦିନ ଧରି ବେତନଟୀ ନୂତନ ଏନଏସି ର ଏକଜିକ୍ୟୁଟିଭ୍ ଅଫିସର୍ କାର୍ଯ୍ୟ ସହିତ ବିଡିଓ ଦାୟିତ୍ୱ କିଭଳି ତୁଲାଇଲେ ତାହା ପ୍ରଶ୍ନ ବାଚି। ଏହି ଆଦେଶ ପରେ ବ୍ଲକ ଆର୍ଥିକ ପରିଚାଳନା,ସମସ୍ତ ଜନକଲ୍ୟାଣ ମୂଳକ କାର୍ଯ୍ୟ,ସରକାରୀ କାର୍ଯ୍ୟ, ସହିତ ଗତ ଏପ୍ରିଲ ୨୪ ତାରିଖ ରେ ସରକାରି ଭାବେ ପାଳନ ହୋଇ ଥିବା ପଞ୍ଚାୟତିରାଜ ଦିବସ କିଭଳି ପାଳନ କଲେ ତାହା ସଧାରଣ ରେ ପ୍ରଶ୍ନ ଉଠୁଛି। ବ୍ଲକ୍ ରେ ପାଳନ ହୋଇଥିବା ପଂଚାୟତ ରାଜ ଦିବସ ରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଏବଂ ଜିଲ୍ଲା ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ କିଭଳି ବେତନଟୀ ବ୍ଲକ ବାସୀ ପ୍ରଶ୍ନ ଉଠାଇଛନ୍ତି? ଏଭଳିକି ଏହି ଖବର ବେତନଟୀ ର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୀର୍ଘ ୧୨ ଦିନ ଧରି ଜାଣିଶୁଣି ସୂଚନା ନ ଦେବାର ହାତ କାହାର ଅଛି, ଜିଲ୍ଲା ପ୍ରଶାସନ ଗତ ସମୋବାର ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ବିଡିଓ ଙ୍କୁ ନିଲମ୍ବନ କରିଥିବା ସୂଚନା ବ୍ଲକ କୁ ଆସିନଥିଲା ବୋଲି ବ୍ଲକ ର ଜୈନିକ କର୍ମଚାରୀ ପ୍ରକାଶ କରିଥିଲେ। ମଙ୍ଗଳବାର ଦିନ ସଖାଳ ୮ ଘଟିକା ବେଳେ ହଠାତ ବେତନଟୀ ବ୍ଲକରେ ନୂତନ ବିଡିଓ ବ୍ଲକ କାର୍ଯ୍ୟାଳୟ ରେ ଯୋଗ ଦାନ କରିଥିଲେ। କାହାର ଛାତ୍ରଛାୟା ତଳେ ପୂର୍ବତନ ଦବଙ୍ଗ ବିଡ଼ିଓ ବୋଲାଉଥିବା ସୁଶାନ୍ତ ସୁତାର ଚାକିରୀ ରୁ ନିଲମ୍ବନ ଆଦେଶ ପରେ କାର୍ଯ୍ୟ କରୁଥିଲେ। ଏ ହା ତଦନ୍ତ ସାପେଖ୍ୟ ବୋଲି ସାଧାରଣ ରେ ଚରଚା ହେଉଛି
