*ଚିକିଟିରେ ମାନବିକତାର ନିଦର୍ଶନ, ବାତ ରୋଗୀଙ୍କୁ ସେବା ସଂସ୍ଥାନର ସହାୟତା*
ଚିକିଟି 🙁 ଶ୍ରୀବତ୍ସ ସାହୁ) ଚିକିଟି ମାଟିରେ ମାନବିକତା ଆଜି ବି ବଞ୍ଚିଛି, ଏହା ପ୍ରମାଣିତ କରିଛି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସେବା ସଂସ୍ଥାନ”।
ଚିକିଟି ଗଡ଼ ବଡ଼ଦାଣ୍ଡ ସାହି ନିବାସୀ ଶ୍ରୀମତୀ S. ଭାଗ୍ୟମୁ ଆଚାରୀ ଦୀର୍ଘ ୮ ବର୍ଷ ଧରି ବାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଏହି ଖବର ପାଇ ସେବା ସଂସ୍ଥାନର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ନାରାୟଣ ସେଠୀଙ୍କ ନେତ୍ରୁତରେ ଓ ଅନ୍ୟ ସଦସ୍ୟମାନେ ତାଙ୍କ ଘରେ ପହଞ୍ଚିଥିଲେ।
ସେମାନେ ଶ୍ରୀମତୀ ଆଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହାସହ ପରିବାରକୁ ଦୁଈ ମାସ ପାଇଁ ରାସନ ସାମଗ୍ରୀ ଓ ୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ସେବା ସଂସ୍ଥାନ ଗତ ତିନି ବର୍ଷ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅସହାୟ ଓ ଗରିବ ଲୋକଙ୍କୁ ସହାୟତା ଯୋଗାଇ ଆସୁଛି। ଅନୁଷ୍ଠାନର ଏହି ଜନକଲ୍ୟାଣ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା କରାଯାଇଛି।
