*ପୋଖରୀରେ ବୁଡି ଯୁବକ ମୃତ, ପୋଲିସ ପହଞ୍ଚି ଶବ ଜବତ, ଆବଶ୍ୟକ ତଦନ୍ତ କରି ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର*
ନୂଆପଡା(ମିଖାଏଲ ନନ୍ଦ)
ତ:୨୭.୦୪.
ନୂଆପଡ଼ା ଜିଲ୍ଲା କୋମନା ଥାନା କୋମନାର ରାଣୀବନ୍ଧ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି l ଆଜି ଅପରାହ୍ନରେ ସ୍ଥାନୀୟ ଯୁବକ କୁଞ୍ଜ ବିହାରୀ ମହାରଥା ରାଣୀବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇ ଥିଲେ l ଗାଧୋଉ ଥିବା ସମୟରେ ପାଣିରେ ବୁଡି ଯାଇ ଥିଲେ l ପରେ ପୋଖରୀରେ ଏକ ଶବ ଭାସୁ ଥିବା ଲୋକେ ଦେଖି ପୋଲିସକୁ ଜଣାଇ ଥିଲେ l ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ସରକାର ପକ୍ଷ ରୁ ଥିବା ଆର୍ଥିକ ସହାୟତା ପାଇଁ ଦାବୀ କରିଛନ୍ତି।
