ସି ବି ଏସ ଇ ଦଶମ ବୋର୍ଡ଼ ପରୀକ୍ଷା ରେ ବାଲିପଡ଼ା ଆଦର୍ଶ ପବ୍ଲିକ ସ୍କୁଲ ର ସଫଳତା।
ବ୍ରହ୍ମପୁର -ବ୍ରହ୍ମପୁର ଅନ୍ତର୍ଗତ ବାଲିପଡ଼ା ଆଦର୍ଶ ପବ୍ଲିକ ସ୍କୁଲ ର ଚଳିତ ବର୍ଷ ସିବିଏସଇ ଦଶମବବୋର୍ଡ଼ ପରୀକ୍ଷା ରେ ରଞ୍ଜିତା ବେହେରା ଶତକଡା ୯୧. ୬ନମ୍ବର ରଖି ସଫଳତା ପାଇଛନ୍ତି।ନିଜର ଚେଷ୍ଟା ଏବଂ ବିଦ୍ୟାଳୟ ର ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ମାର୍ଗଦର୍ଶନ ଓ ପିତାମାତାଙ୍କ ଆଶୀର୍ବାଦ ରେ ଆଜି ମୁଁ ଏହି ସଫଳତା ପାଇଛି ବୋଲି କୃତି ଛାତ୍ରୀ ମତବ୍ୟକ୍ତ କରିଥିଲେ। ଏହି ସଫଳତା ପାଇଁ ପ୍ରତ୍ୟେକ ଦିନ ୫ରୁ ୭ଘଣ୍ଟା ଅଧୟନ ସହ ପାଠ୍ୟପୁସ୍ତକ ଉପରେ ଅଧିକ ଧ୍ୟାନ ରଖିବା ଉଚିତ ବୋଲି କହିଥିଲେ। ପରିଶ୍ରମ ହିଁ ସଫଳତାର ଚାବି କାଠି ତେଣୁ ଏହି ଛାତ୍ରୀ ଯେପରି କୃତିତ୍ୱ ଲାଭ କରିପାରିଲେ ସେହିପରି ଅନ୍ୟ ଛାତ୍ରଛାତ୍ରୀ ମାନେ ଅନୁସରଣ କରିବା ନିତାନ୍ତ ଆବଶ୍ୟକ ବୋଲି ବିଦ୍ୟାଳୟ ର ସମ୍ପାଦିକା ତଥା ଅଧକ୍ଷା ଗୀତାଞ୍ଜଳି ପଣ୍ଡା କହିଥିଲେ। ଅନୁଷ୍ଠାନ ର ଶିକ୍ଷକ ଅଶୋକ ଗୁପ୍ତା, ମନୋରଞ୍ଜନ ପ୍ରଧାନ, କେ ଲବ ରେଡ୍ଡୀ ଓ ବଳରାମ ସାହୁ ଉକ୍ତ ଛାତ୍ରୀର ସଫଳତାପାଇଁ ମାର୍ଗଦର୍ଶନ କରିଥିଲେ। ଆଗାମୀ ଦିନ ମାନଙ୍କରେ ଏହି ଅନୁଷ୍ଠାନ ଆହୁରି ଅଧିକରୁ ଅଧିକ ସଫଳତା ଦେବ ବୋଲି ଶିଶିର ବେହେରା ଏବଂ ଏ ଚିନ୍ମୟ କୁମାର କହିଥିଲେ। ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ।
