ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା
କାମାକ୍ଷାନଗର,
(କାମାକ୍ଷାନଗର ରୁ ଧର୍ମାନନ୍ଦ ସେଠି ଙ୍କ ରିପୋର୍ଟ )
କାମାକ୍ଷାନଗର ସହର ସଂନିକଟ କାନ୍ଧବୋଲ ଗ୍ରାମ ରେ ବୁଧବାର ମାଧ୍ୟାନ୍ହ ରେ ଅଗ୍ନିକାଣ୍ଡ ଘଟି ୩ ଗୋଟି ପରିବାରର ବାର ବଖରା ଘର ଜଳି ଯାଇଛି l ଏଥିରେ ଗ୍ରାମର ଗୋବର୍ଧନ ପ୍ରଧାନ, ଦୟାନିଧି ପ୍ରଧାନ ଓ ଶିଶିର ପ୍ରଧାନ ଙ୍କର ଘର ସହିତ ଘରେ ଥିବା ଆସବାବ ପତ୍ର ପୋଡି ଯାଇଛି l ଖବରପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ l ତହସିଲ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଜ୍ୟୋତି ପ୍ରକାଶ ସାହୁ ବିପର୍ଣ୍ଣ ଙ୍କ ପାଖରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପଲିଥିନ ଯୋଗାଇ ଦେଇଛନ୍ତି l
