କୋମନା ବ୍ଲକ ରେ ଡ୍ର. ଆମ୍ବେଦକର ଜୟନ୍ତୀ ପାଳନ
ନୂଆପଡା(ମିଖାଏଲ ନନ୍ଦ)
ତା ୧୫-୦୪/୨୬
ତା 14 April 2026 ରିଖ ସନ୍ଧ୍ୟା 05 ଘଣ୍ଟା ସମୟରେ ମହାମାନବ,ସମାଜ ସୁଧାରକ,ବିଶ୍ୱରତ୍ନ, ଭାରତରତ୍ନ ବାବାସାହେବ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ 135 ତମ ଜନ୍ମ ଜୟନ୍ତୀ ଅବସରରେ କୋମନା ବ୍ଲକ ସ୍ଥରୀୟ କାର୍ଯ୍ୟ କର୍ମ କରାଯାଇଥିଲା l ଏବଂ କୋମନା ଷ୍ଟେଟ ବ୍ୟାଙ୍କ ଠାରୁ ବହୁ ଆଡମ୍ବର ସହ ଶୋଭାଯାତ୍ରା ରେ ଆସି ବସ ଷ୍ଟାଣ୍ଡ ସ୍ଥିତ ବାବାସାହେବ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ବୃନ୍ଦ ଙ୍କ ଦ୍ଵାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଉଦ୍ୟାନବନ୍ଧ ଆମ୍ବେଦକର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ବୁଦ୍ଧିକୋମନା ରେ ଏକ ବାବା ସାହେବ ଙ୍କ ନୂତନ ପ୍ରତିମୂର୍ତ୍ତି ଉଦଘାଟନ କରାଯାଇଥିଲା ll କୋମନା ନିକଟରେ ଥିବା ବାବା ସାହେବ ଙ୍କ ପ୍ରତିମୁର୍ତ୍ତୀ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ
ମୁଖ୍ୟ ଅତିଥି ଭାବରେ କବି, ଲେଖକ ଧୀମାନ ଡ଼ଃ ବାସୁଦେବ ସୁନାନୀ ଉପସ୍ଥିତ ଥିବାବେଳେ, ସମ୍ମାନିତ ଅତିଥିଭାବେ ନୂଆପଡା ଜିଲ୍ଲାପରିଷଦ ଉପାଧ୍ୟାକ୍ଷ୍ୟା ଧୀମତୀ ଦୀପିକା ଦୀପ,ନୂଆପଡା ଡମ /ଗଣା ସମାଜ ଜିଲ୍ଲା ସଭାପତି ଧୀମାନ ହରିକେଶ ଜାଲ, କୋମନା ବ୍ଲକ ଡମ /ଗଣା ସମାଜ ସଭାପତି ଧୀମାନ ଗୁପ୍ତେଶ୍ୱର କୁମ୍ଭାର, ବିଶିଷ୍ଟ ଯୁବ ସମାଜ ସେବୀ ଧୀମାନ କାର୍ତ୍ତିକ ଦୀପ, ସମାଜ ସେବୀ ଧୀମାନ ବିରଞ୍ଚି ବାଗ, ଧୀମାନ ବିନୋଦ ସୁନାନୀ, ପୁଷ୍କର ଦୁରିଆ ଓ କୋମନା ଆମ୍ବେଦକର ସଂଗଠନ ର ସଭାପତି ଧୀମାନ ଅଜମ୍ବର ତାଣ୍ଡି, ଉପ ସଭାପତି ଧୀମାନ ରଞ୍ଜନ ସେନାପତି, ସମ୍ପାଦକ ଧୀମାନ ଖଗେଶ୍ୱର ଦୀପ ସମେତ ସଂଗଠନ ର ସମସ୍ତ କର୍ମୀ ଭାଇ ମାନେ ଏବଂ ଅନେକ ଆମ୍ୱେଦକର ପ୍ରେମୀ ଭାଇ, ବନ୍ଧୁ ସଖା ସହୋଦର ଓ ଅନେକ ସମାଜ ସେବୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ସମାଜ ସେବୀ ଧୀମାନ ଦୁଷ୍ମନ୍ତ କୁମାର ଦୁରିଆ ମଞ୍ଚ ପରିଚାଳନା କରିଥିଲେ ଓ ସମାଜ ସେବୀ ଧୀମାନ କାର୍ତ୍ତିକ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ll ଜୟ ଭୀମ… ଜୟ ସମ୍ବିଧାନ… ଜୟ ଭାରତ ll
