କାମାକ୍ଷାନଗର ଅଞ୍ଚଳରେ ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ
(ଧର୍ମାନନ୍ଦ ସେଠି ଙ୍କ ଖବର)
କାମାକ୍ଷାନଗର, କାମାକ୍ଷାନଗର ଅଞ୍ଚଳରେ ମହାବୀର ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ସମାରୋହରେ ପାଳିତ ହୋଇଯାଇଛି l ସହରର ହନୁମାନ ବଜାର ସ୍ଥିତ ହନୁମାନଙ୍କ ମୂର୍ତ୍ତି ପାଖରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବାହ୍ନରୁ ଅପାରହ୍ନ ପର୍ଯ୍ୟନ୍ତ ଭକ୍ତ ଭିଡ଼ ଲାଗିରହିଥିଲା l ଆନନ୍ତପୁର ବସ୍ତିର ଶ୍ରୀରାମ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିରରେ ଯଥାବିଧି ପୂଜାର୍ଚନା କରାଯାଇ ହୋମ ଯଜ୍ଞ ମାଧ୍ୟମରେ ଜୟନ୍ତୀ ପାଳିତ ହୋଇଥିଲା l ୨ ନଂ ୱାର୍ଡ ର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ପରେ ପୀଠରେ ହୋମ ଯଜ୍ଞ କରାଯାଇ ସଂକ୍ରାନ୍ତି ପାଳିତ ହୋଇଥିଲା l ବଜାର ମଧ୍ୟରେ ଥିବା କଳା ମାହପାଟଙ୍କ ନିକରରେ ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ l ସନ୍ନିକଟ ଜିରୀଡମାଳି ଠାରେ ଥିବା ରଘୁନାଥ ଜୀଉ ମନ୍ଦିର ପରିସରରେ ଥିବା ହନୁମାନଙ୍କ ନିକଟରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଜୟନ୍ତୀ ପାଳିତ ହୋଇଥିଲା l ମାଲପୁରା ସ୍ଥିତ ହନୁମାନ ମନ୍ଦିରରେ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବା ବେଳେ ନୀଳମାଧବପୁର, ବଡସୁଆଁଳୋ ର ଶ୍ରୀରାମ ମନ୍ଦିର ରେ ଥିବା ହନୁମାନ ଙ୍କ ନିକଟରେ ଯଥା ଵିଧି ପୂଜାର୍ଚନା ପରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇ ଜୟନ୍ତୀ ପାଳିତ ହୋଇଥିଲା l ଏତଦ ବ୍ୟତୀତ ଅଁଳାବେରେଣୀ, ବାଟଗାଁ, ହଳଦୀକୁଣ୍ଡି,ମାକୁଆକାଟେଣୀ ଠାରେ ହନୁମାନଙ୍କ ଜୟନ୍ତୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି l
