ଆମ୍ବେଦକର ଜୟନ୍ତୀ କମିଟି ଏବଂ LGGSM ରେଢ଼ାଖୋଲ ଆନୁକୂଲ୍ୟରେ 135 ତମ ଡ଼ଃ. ବି. ଆର. ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ ସମାରୋହ l
ସମ୍ବଲପୁର ରେଢ଼ାଖୋଲ (ଭଂଜଦୂତ )
ଅଦ୍ୟ ତା. 14.04.2026ରିଖ ମଙ୍ଗଳବାର ଦିନ ସକାଳ 10.00 ଘଟିକାରେ ବଂଶାଜାଲ ଆମ୍ବେଦକର ଛକ (ପଡା)ଠାରେ ରେଢ଼ାଖୋଲ ଆମ୍ବେଦକର ଜୟନ୍ତୀ କମିଟି ଏବଂ LGGSM ତରଫରୁ 135 ତମ ବିଶ୍ୱ ରତ୍ନ ଡ଼ଃ.ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଧିମାନ ସଂଜୟ ସାଗରଙ୍କ ସଭାପତିତ୍ବରେ ମହା ସମାରୋହରେ ପାଳନ କରାଯାଇଥିଲା l ମୁଖ୍ୟ ଅତିଥି ଭାବରେ ଭାଲିଆକଟା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଧିମାନ ମିତ୍ରଭାନୁ ସିଂ,ଅତିଥିଭାବେ ବରଗଡ଼ ଜିଲ୍ଲା ଏସ କେ ଏସ ଖଲିଆପାଲି ର ଧିମାନ ପ୍ରେମାନନ୍ଦ ଦୀପ, ଗରଗଡ଼ବାହାଲ ପଞ୍ଚାୟତର ଆମ୍ୱେଦକରବାଦୀ ଓ ଉପଦେଷ୍ଟା ଧିମାନ ତରଣୀ ସୁନା, ସୁରୁବାବୁ ମହାନନ୍ଦ, ଏବଂ ରେଢ଼ାଖୋଲ NAC ରୁ ଯୁବ ଆମ୍ବେଦକର ବାଦୀ ସଂଗ୍ରାମୀ ଛାତ୍ର ମାନେ ଏବଂ ବଂଶାଜାଲ ଗ୍ରାମପଞ୍ଚାୟତ କମିଟିର ସକ୍ରିୟ ସଦସ୍ୟ ଓ ପଡା କମିଟି ସମ୍ପାଦକ ହେମାନନ୍ଦ ଉର୍ମା, ଶମ୍ଭୁ ସାଗର, ଇଲୁ କୁମ୍ଭାର, ବିକାଶ କୁମ୍ଭାର, ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ଦ୍ବୀପ ପ୍ରଜ୍ବଳନ କରି ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରି ତାଙ୍କର ଜୀବନୀ ବିଷୟରେ ମହାସଂଘର ସମ୍ପାଦକ ଧିମାନ ରଂଜିତ କୁମାର ହାତୀ ଧାରା ବିବରଣୀ ପାଠ କରିଥିଲେ l ଆଗାମୀ ଦିନରେ ଆମ୍ବେଦକରଙ୍କ ଜୟନ୍ତୀ ଏବଂ ଭାରତ ବର୍ଷରେ ଜନ୍ମ ହେଇଥିବା ମହାନ ସମସ୍ତ ମହାପୁରୁଷ ମାନଙ୍କ ଜନ୍ମ ଜୟନ୍ତୀ ପାଳନ ଜୋରଦାର କରିବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ l ଆଗକୁ ପ୍ରତି ମାସ ଗୋଟେ ଗୋଟେ ପଞ୍ଚାୟତର ମୁଖ୍ୟାଳୟରେ ମଧ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରି ତାଙ୍କର ବିଷୟରେ ଜନସାଧାରଣଙ୍କୁ ସଚେତନତା କରି ପାଳନ କରିବାକୁ ମଧ୍ୟ ଆହ୍ୱାନ କରାଯାଇଥିଲା l ତାପରେ ମିଷ୍ଟାନ ଏବଂ ଫଳ ବଣ୍ଟନ ସହିତ ଥଣ୍ଡା ପାନୀୟ ଦହି ସରବତ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଖଣ୍ଡର ଶିଶୁ, ମହିଳା ଏବଂ ଜନ ସାଧାରଣଙ୍କ ସମେତ ଅନେକ ବୁଦ୍ଧିଜୀବି ଏବଂ ଆମ୍ବେଦକର ଜୟନ୍ତୀ କମିଟିର କାର୍ଯ୍ୟକର୍ତ୍ତା ସମସ୍ତେ ଉପସ୍ଥିତ ଥିଲେ l ଆମ୍ବେଦକର ଜୟନ୍ତୀ କମିଟିର କୋଷାଧକ୍ଷ ଧିମାନ ଗୋବିନ୍ଦ ଭବସାଗର, ଶିକ୍ଷକ ଧିମାନ ମଦନ ମୋହନ ହାତୀ,ଧିମାନ ଲିପୁନ ହାତୀ, ଚିନୁ ଭଣଜା, ବରିଷ୍ଠ ଉପଦେଷ୍ଟା ଧିମାନ କୁମର ଉର୍ମା, କରୁଣାକର ବାଘ, ହରି କୁମ୍ଭାର,ମହିଳା ସଦସ୍ୟା ଭୂମିସୁତା ସାଗର, ସୌଭାଗ୍ୟବତୀ ସାଗର ଏବଂ ସୁଶ୍ରୀ ରେଶମୀ ସାଗର, ଶ୍ରୀଦେବୀ କୁମ୍ଭାର, ବାବୁସାନ କୁମ୍ଭାର ମଧ୍ୟ ଯୋଗ ଦେଇଥିଲେ l ଶେଷରେ ମହାସଂଘର ସକ୍ରିୟ ଯୁବ ସଦସ୍ୟ ଧିମାନ ସରୋଜ କୁମାର ସାଗର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
