ନିଗମାନନ୍ଦ ବିହାର ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା
ବରଗଡ଼ :୧୨/୦୪(ନି, ପ୍ର) ପୌର ପରିଷଦ ଅନ୍ତର୍ଗତ ନିଗମାନନ୍ଦ ବିହାର ଠାରେ ୧୧ ଓ ୧୨ ଦୁଇ ଦିନ ଧରି ଅନୁଷ୍ଟିତ ହେଉଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ର କଳସ ଯାତ୍ରା ସମ୍ପନ୍ନ ହୋଇ ଯାଇଛି। ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ ପଡ଼ା ବାସୀ ଙ୍କ ତରଫରୁ ଅବସର ପ୍ରାପ୍ତ ଶିକ୍ଷକ ସୁଶାନ୍ତ ଭୋଇ ସପତ୍ନିକ କର୍ତ୍ତା ଦାୟିତ୍ବ ନିର୍ବାହ କରି ମୁଖ୍ୟ କଳସ ବହନ କରି ଥିବା ବେଳେ କମଳା ସେଟ,ମିନତି ଦେବତା,ସରସ୍ଵତୀ ପ୍ରଧାନ ,ହରିପ୍ରିୟା ନାୟକ ପ୍ରମୁଖ ମହିଳା ବୃନ୍ଦ କଳସ ଯାତ୍ରା ରେ ସାମିଲ୍ ହୋଇ ଜୀରା ନଦୀ କୁଳରୁ ଏକ ଶୋଭାଯାତ୍ରା ରେ କଳସ ଆଣି ନାମ ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ । ତେବେ କାର୍ଯ୍ୟକ୍ରମ ରେ ଉନ୍ନୟନ କମିଟି ଉପ ସଭାପତି ଅର୍ଜୁନ ସେଟ୍,କୀର୍ତ୍ତନ ପରିଷଦ ସଭାପତି ଵାଙ୍କା ବିହାରୀ ସାହୁ,ଦିବ୍ୟ ଆଚାର୍ଯ୍ୟ ,ସୁବ୍ରତ ପଣ୍ଡା ,ଗୋବିନ୍ଦ ଭୋଇ,ମୃତ୍ୟୁଞ୍ଜୟ ମିଶ୍ର, ଦଇତାରୀ ସାହୁ ,ଅରୁଣ ସେଟ୍,ସୁରେଶ ବାରିକ,ଚନ୍ଦ୍ର ମଣି ଦାସ,ପ୍ରକାଶ ଭୋଇ,କାଳିଆ ସାହୁ,କୁଞ୍ଜ ବିହାରୀ ଭୋଇ ,ହେମନ୍ତ ପ୍ରଧାନ ,ନାମ ଯଜ୍ଞ କମିଟି ସଭାପତି ଚନ୍ଦ୍ର ଶେଖର କମ୍ପ,ସମ୍ପାଦକ ଟିକେ ଲାଲ୍ ନାଏକ ,ଗଗନ ବିହାରୀ ଦାସ,ଆକା ସେଠୀ , ନୀଳ କଣ୍ଠ ସାହୁ ପ୍ରମୁଖ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ ।ମଣ୍ଡପ ରେ କଳସ ସ୍ଥାପନ ପରେ ପୂଜା ଅର୍ଚ୍ଚନା କରାଯାଇଥିଲା ।
