*ବିବେକ ଜଳ ତରଫରୁ ଜଳ ହିଁ ଜୀବନ କର୍ମଶାଳା ଅନୁଷ୍ଠିତ* : ଭବାନୀପାଟଣା:(କିଶନ ଶର୍ମା)-୧୧/୦୪/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଥିଲା ଜଳ ହିଁ ଜୀବନ କର୍ମଶାଳା, ଏହି କର୍ମଶାଳା ରେ ବିବେକ ଜଳ ର ପ୍ରତିଷ୍ଠାତା ତଥା ନିର୍ଦେଶକ ଡ଼ ଶିବରାମ ନାୟକ ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା | ଏହା ଅଟଳ ସତ୍ୟ ଯେ ଜଳ ବିନା ପୃଥିବୀ ରେ କୌଣସି ଜୀବ ବଞ୍ଚି ରହିପାରିବେ ନାହିଁ, ପ୍ରତେକ ଜଳ ବିନ୍ଦୁ ମୂଲଵାନ | ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କର୍ମଶାଳା ରେ ଅଂଶ ଗ୍ରହଣ କରି ନିଜନିଜ ବକ୍ତବ୍ୟ ରଖିଥିଲେ ଓ ସଫଳ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ୨୦୫୦ ସୁଦ୍ଧା ଜଳର ଆବଶ୍ୟକତା ୫୫% ବୃଦ୍ଧି ପାଇବାର ଆକଳନ କରାଯାଇଛି, ଯାହା ଚିନ୍ତାର ବିଷୟ ଏଣୁ ଜଳ ସଂରକ୍ଷଣ ଓ ସଦୁପଯୋଗ ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସମାଜସେଵୀ ଅମର ଲାଲ ସି, ରଞ୍ଜନ କୁମାର ଶତପଥି, ଶିକ୍ଷାବିତ ଯୋଗେଶ ନାଏକ ଉପସ୍ଥିତ ରହି ମତାମତ ରଖିଥିଲେ |
