**ନୂଆପଡ଼ା ଜିଲ୍ଲା ପ୍ରଶାସନ ଆହ୍ବାନ କ୍ରମେ ଖଡିଆଳ ଏନ୍ ଏ ସି ରେ ୱାର୍ଡ ପରିମଳ ୱାର୍ଡ ମୁଣ୍ଡରୁ ସ୍ଵଛତା ଅଭିଯାନ, ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
ତା:୧୧.୦୪.
ନୂଆପଡ଼ା ଜିଲ୍ଲା ପ୍ରଶାସନ ଆହ୍ବାନ କ୍ରମେ ଖଡିଆଳ ଏନ୍ ଏ ସି ରେ ୱାର୍ଡ ପରିମଳ ୱାର୍ଡ ମୁଣ୍ଡରୁ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜି ଜିଲ୍ଲାର ପ୍ରାଚୀନ ହାଇସ୍କୁଲ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡିଆ କୁ ସଫେଇ କରିଛନ୍ତି । ସଫେଇ ବେଳେ ହାଇସ୍କୁଲ ପଡିଆ ମଧ୍ୟରେ ୨ ହଜାର ରୁ ଉର୍ଦ୍ଧ ମଦ ବୋତଲ ସଂଗ୍ରହ କରିଥିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍କୁଲ ପ୍ରଶାସନ କୁ ଅନୁରୋଧ କରିଛନ୍ତି। ସ୍କୁଲ ପଡିଆରେ ପ୍ରାତଃ ଏବଂ ସନ୍ଧ୍ୟା ଭ୍ରମଣ କରୁଥିବା ବେଳେ ଏଠାରେ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହେଉଛନ୍ତି। ତେଣୁ ଏନ୍ ଏ ସି ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଯୋଗ ଦେଇ ସ୍କୁଲ ପଡ଼ିଆ ରେ ଆଲୋକ ବ୍ୟବସ୍ଥା, ପଡିଆ ରେ ଥିବା ମୁଖ୍ୟ ଦୁଇ ଫାଟକ କୁ ନିର୍ଦ୍ଧାରିତ ସମୟ ରେ ବନ୍ଦ କରିବା, ସି ସି ଟିଭି କେମେରା ଲଗାଇବା କୁ ଆହ୍ବାନ କରିଛନ୍ତି। ଜିଲ୍ଲା ପ୍ରତିନିଧି ରୂପେ ଉପ କମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗ ଦେଇଥିଲେ। ସ୍ଵଛ ସାଥୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ।
