ଧର୍ମପ୍ରାଣ ମହିଳାଙ୍କ ବିୟୋଗରେ ଶୋକ।
ରଘୁନାଥପୁର(ନି.ପ୍ର) : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର କୁଆମଙ୍ଗା (ବିରାଟକଟକ) ଗ୍ରାମର ଧର୍ମପ୍ରାଣ ମହିୟସୀ ମହିଳା ସୀତା ସାହୁ (୮୫)ଙ୍କ ଅକାଳ ବିୟୋଗ ହୋଇଯାଇଛି। ସେ ପ୍ରତିଦିନ ନିଜ ଗୃହ କାର୍ଯ୍ୟ ସହିତ ନିଜର ସମସ୍ତ କାର୍ଯ୍ୟ କରୁଥିଲେ ହେଲେ ଦୁଇ ତିନି ଦିନ ପୂର୍ବରୁ ହଠାତ କାର୍ଯ୍ୟ କରିବାକୁ ଅକ୍ଷମ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ରଘୁନାଥପୁର ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତର ଚିକିତ୍ସା କରି ଜାଣିଲେ ଯେ ବାର୍ଦ୍ଧକ୍ୟ ଜନିତ କାରଣରୁ ଏଭଳି ହୋଇଛି। ଘରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଭୋର ୪ଟା ୩୦ରେ ସୀତାଙ୍କ ବିୟୋଗ ହୋଇଥିଲା। ଶୁକ୍ରବାର ଖବର ପ୍ରଚାର ହେବାପରେ ଜ୍ଞାନ୍ତି କୁଟୁମ୍ବ, ଆତ୍ମିୟ ଓ ଗ୍ରାମବାସୀ ତାଙ୍କ ବାସଭବନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ପୁରୀ ସ୍ବର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବାବେଳେ ବଡପୁଅ ଅକ୍ଷୟ ସାହୁ ମୁଖାଗ୍ନି ଦେଇଥିଲେ। ସେଠାରେ ମଝିଆ ପୁଅ ଅଜୟ ସାହୁ, ଅମୀୟ ସାହୁ, ପୁତ୍ର ବଧୂ ଓ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ।
