
ମନ୍ଦିର ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ।
ସୋର ବ୍ଲକ ମୁଳିଶିଂ ପଞ୍ଚାୟତ ନୂଆଗାଁ ଗ୍ରାମରେ ବରୁଣେଇ କମିଟି ଦ୍ଵାରା ମନ୍ଦିର ବାର୍ଷିକ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ତିନି ଦିନ ଯାକ ପ୍ରସାଦ ସେବନର ବ୍ୟବସ୍ଥା ଅଛି ବୋଲି କମିଟି ର ସଦସ୍ୟ ସୂଚନା ଦେଇଛନ୍ତି। କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ହେମନ୍ତ ଖଣ୍ଡା, ପଦ୍ମଲୋଚନ ନାୟକ, ବିଶ୍ୱଜିତ ମଣ୍ଡଳ,ସୁରଥ ମଣ୍ଡଳ,କମଳାକାନ୍ତ ଜେନା, ରମାକାନ୍ତ ବେହେରା , ରାଜୁ ଖଣ୍ଡା ,ବାବୁଲି ଜେନା, ସିତୁ ଜେନା , ବିମଲ ଜେନା ପ୍ରମୁଖ ସହଯୋଗ କରିଥିଲେ।