କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ରେ ଭାଙ୍ଗିଲା ତିଥିବାସି ଙ୍କ ଘର।
ପରଜଙ୍ଗ : (ସତ୍ୟବାଦୀ ସେଠୀ ) ଯୋଜନା ପରେ ଯୋଜନା କେବଳ ନାମକୁ ମାତ୍ର ସରକାରଙ୍କ ଯୋଜନା କାହା ପାଇଁ। ଏମିତି ଦୁଃଖ ଓ ଦୁର୍ଦ୍ଦଶାରେ ଏହି ନିରୀହ ଅସହାୟ ଗରିବ ଖଟିଖିଆ ଲୋକଟି ପ୍ରଶାସନକୁ ଗୁହାରି କରି ଥକି ଗଲାଣି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତ ଅଁଳାକଟା ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜଣେ ଅସହାୟ 42ବର୍ଷିଆ ଗରିବ ଖଟିଖିଆ ଦିନ ମଜୁରିଆ,ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ପକ୍ଟାଘର ଖଣ୍ଡିଏ। ଝାଟି ମାଟି ଚାଳ ଛପର କୁଡ଼ିଆରେ ରହୁଛନ୍ତି ଏହି ପାଞ୍ଚଟି କୁଟୂମ୍ବ ତିଥିବାସି ବେହେରା ବୟସ 44, ବର୍ଷ ସ୍ତ୍ରୀ ଝରଣା ବେହେରା ବୟଷ 39ବର୍ଷ, ପୂର୍ବ ସରକାରର ଦୃଷ୍ଟି ଗରିବ ଖଟିଖିଆ ଦିନ ମଜୁରିଆଙ୍କ ଉପରେ କହାର ନଜର ପଡ଼ିପାରିଲା ନାହିଁ। ପୂର୍ବରୁ ପ୍ରାୟ ୫ ବର୍ଷ ହେବ ତିଥିବାସି ବ୍ଲକ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହୋଇ ବସିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ପରଜଙ୍ଗ ବ୍ଲକ ଅଧିକାରୀ ମାନେ ତାଙ୍କର ଏପଯନ୍ତ ଗୁହାରି ଶୁଣିଲେ ନାହିଁ। ଚଳିତ ବର୍ଷ ମଧ୍ୟ ପୁଣିଥରେ ସେ ପକ୍ଟାଘର ପାଇଁ ଆବେଦନ କରିବା ସହିତ ପଞ୍ଚାୟତର ପିଇଓଙ୍କ ମାଧ୍ୟମରେ ଜଣାଇଛନ୍ତି କିନ୍ତୁ ଆଶା ନାହିଁ ଘର ମିଳିବ କି ନାହିଁ। କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ରେ ଭାଙ୍ଗିଲା ଚାଳ ଛପର ଘର ହଁ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହା ଆପଣମାନେ କେବେ ଦେଖିନଥିବେ ଏହି ଘର
କୁଡ଼ିଆରେ ବାସ କରୁଛନ୍ତି ତିଥିବାସି ବେହେରା।ଓ ତାଙ୍କର ସ୍ତ୍ରୀ ଛୋଟ ଛୋଟ ପିଲା ଛୁଆ,ଘରେ କେତେ ବେଳେ ଖରା ପଡ଼ୁଛି ତ ଆଉ କେତେବେଳେ କାଳବୈଶାଖୀ ର ତାଣ୍ଡବ ପକ୍କାଘର ପାଇଁ ସରକାରଙ୍କ ପକ୍ଷରୁ ଅନ୍ତୋର୍ଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ସାମିଲ ଯାଉ ନୂଆ ସରକାର ଲୋକଙ୍କ ସରକାର,ଏ ଅସହାୟ ଗରିବ ଦୁଃଖ କେବେ ବୁଝୁଛନ୍ତି ତାହା ଦେଖିବାକୁ ବାକି ରହିଲା।
