*ବିନା ସୂଚନା ଫଳକ ସାଙ୍ଗକୁ ନିମ୍ନ ମାନର ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୦୪/୨୬
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ର କୁଶମାଲ ଗ୍ରାମ ର ଅଙ୍ଗନବାଡି କେନ୍ଦ୍ର -1ପାଇଁ ଖଡ଼ିଆଳ ପଂଚାୟତ ସମିତି ଅଧୀନ ରେ 12 ଲକ୍ଷ୍ୟ ଟଙ୍କା ର ଅଟକଳ କରାଯାଇ କେନ୍ଦ୍ର ଗୃହ ନିର୍ମାଣ କରାଯାଉଛି l ହେଲେ ଠିକାଦାର ଙ୍କ ଲାଭ ଖୋର ନୀତି ପାଇଁ ଅଳ୍ପ ସିମେଣ୍ଟ ବ୍ୟବହାର, କାନ୍ଥ ପାଇଁ 2ଫୁଟ ଖୋଲିବା ବଦଳରେ ମାତ୍ର 6ଇଞ୍ଚ ମାଟି ଖୋଲାଯାଇଅଛି l ପୁଣି କାନ୍ଥ ପାଇଁ ଖୋଲା ଯାଇଥିବା foundation ରେ 4ଇଞ୍ଚ ବାଲି ପକାଇ 4ଇଞ୍ଚ ର ମେଟାଲିଂ ର ବ୍ୟବସ୍ଥା ଥିଲେ ମଧ୍ୟ ବାଲି ନ ପକାଇ କେବଳ 2ଇଞ୍ଚ ମେଟାଲିଂ କରି କାନ୍ଥ ପାଇଁ ଇଟ ଯୋଡ଼ା ଯାଉଛି l ପୂର୍ବରୁ ଏହି ପଂଚାୟତ ସମିତି ତରଫ ରୁ ଏହି କେନ୍ଦ୍ର ପାଇଁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲା ହେଲେ ଠିକାଦାର ର ଲାଭଖୋର ନୀତି ଓ ବିଭାଗ୍ୟ ଅଧିକାରୀ ଙ୍କ ପିସି କରବାର ପାଇଁ ଏହି କେନ୍ଦ୍ର କୁ ଅତି ନିମ୍ନ ମାନର କରି ଥିବା ହେତୁ ମାତ୍ର 4ବର୍ଷ ପରେ କାନ୍ଥ ଗୁଡାକ ବଡ ବଡ଼ ଫାଟ ହୋଇ ଛାତରୁ ବର୍ଷା ହେଲେ ପାଣି ମାନ ପଡୁଥିଲା l ତେଣୁ ଶିଶୁ ବିକାଶ କାର୍ଯାଳୟ ତରଫ ଏହି କେନ୍ଦ୍ର ରେ ପ୍ରାକ ବିଦ୍ୟାଳୟ ପରିଚାଳନା ପାଇଁ ଅଙ୍ଗନବାଡି କର୍ମି କୁ ମନା କରାଯାଇଥିଲା l ତେଣୁ ଗ୍ରାମବାସୀ ଙ୍କ ଅଭିଯୋଗ ଅଭିଯୋଗ ଅନୁଯାଇ foundation କୁ ନିମ୍ନ ମାନର କରାଯାଉଥିବା ହେତୁ ଏହି ନବ ନିର୍ମାଣ କେନ୍ଦ୍ର ର ମଧ୍ୟ ଆୟୁଷ କମ ବୋଲି ଲୋକେ କହୁଛନ୍ତି l ବିଭାଗ୍ୟ କନିଷ୍ଟ ଯନ୍ତ୍ରୀ ଅମ୍ବିକା ଶବର କୁ ଏହି ନିମ୍ନମାନର କାମ ବିଷୟରେ ପଚାରିବାରୁ କହିଥିଲେ ଯେ କଲମ ଗାତ 4ଫୂଟ ଗାତ ଖୋଲାଯାଇଛି କାନ୍ଥ foundation ରେ କିଛି ଭୁଲ ଥିଲେ ତାହାକୁ ପୁଣି ଥରେ କରାଯିବ ବୋଲି କହିଥିଲେ l ଏଠାରେ ସାଧାରଣ ଲୋକଙ୍କୁ ପ୍ରଶ୍ନ ଉଙ୍କି ମାରୁଛି ଯେ ମାଲୁଆ ମାଟିରେ 6ଇଞ୍ଚ ମାଟି ଖୋଲି 2ଇଞ୍ଚ ର ମେଟାଲିଂ ରେ କାନ୍ଥ କିପରି ସମ୍ଭାଳି ପାରିବ ତାହା ସମସ୍ତଙ୍କୁ ଆଶ୍ଚମ୍ଭିତ କରିବା ସାଙ୍ଗକୁ ଜନ ସାଧାରଣ କହୁଛନ୍ତି ଏହି ନବ ନିର୍ମିତ କେନ୍ଦ୍ର ର ଆୟୁଷ ମଧ୍ୟ କମ l ଏହି କାର୍ଯ୍ୟ ରେ କୁଶମାଲ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାର ଠିକ ଭାବରେ ତଦନ୍ତ କରିବାକୁ ଅନୁରୋଧ।
