*ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଇତିହାସ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ ଶିକ୍ଷା, ପ୍ରାଚୀନ ମନ୍ଦିର ସ୍ଥାପତ୍ୟ ପରମ୍ପରା ନେଇ ଦଧିବାମନ ମନ୍ଦିର ଗସ୍ତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ ଶିକ୍ଷା ବିଷୟ ବସ୍ତୁରେ ପ୍ରାଚିନ ମନ୍ଦିର ସ୍ଥାପତ୍ୟ ପରମ୍ପରା ନେଇ ଖଡିଆଳ ସ୍ଥିତି ଦଧିବାମନ ମଦିର ଗସ୍ତ କରିଥିଲେ। ମନ୍ଦିର ୧୨ ଶହ ଶତାବ୍ଦୀ ରେ ନିର୍ମିତ ଥିବା ବେଳେ ପୂର୍ବରୁ ତାନ୍ତ୍ରିକ ଶକ୍ତି ଉପାସନା କେନ୍ଦ୍ର ରୂପେ ପାଟ ମନସା ଦେବୀ ଙ୍କ ପୂଜା ହେଉଥିଲା। ସେହି ପ୍ରଥା ପ୍ରଚଳିତ ହେବାର ବହୁ ବର୍ଷ ପରେ ତାର ଭଗ୍ନାବଶେଷ ରୁ ଜଣା ପଡ଼ିଥିଲା। ରାଜ୍ ପରିବାର ଖଡିଆଳ କୁ ରାଜଧାନୀ ଆଣି ଏକ ଜଗନ୍ନାଥ ମନ୍ଦିର ବାମନ ରୂପେ ପୂଜା କରିବା ପରେ ଦଧିବାମନ ନାମ ରେ ନାମିତ କରିଥିଲେ। ପ୍ରାଚୀନ କାଳର କାଳ କୃତି ରୁ ଜଣାପଡେ। ପ୍ରାଚୀନ ଏହି ମନ୍ଦିର ସଂହ ଦ୍ୱାର, ଆଡପ ମଣ୍ଡପ, ଜଗମୋହନ ମଣ୍ଡପ, ଗର୍ଭଗୃହ, ସ୍ନାନ ମଣ୍ଡପ, ରୋଷେଇ ଶାଲ, ଭୋଗ ମଣ୍ଡପ, ଆଦି ସ୍ଥାନ ବୁଲି ଥିଲେ। ଶିକ୍ଷାକୁ କୋଠରୀ ମଧ୍ୟରେ ଆବଦ୍ଧ ନକରି କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ବାସ୍ତବିକ୍ କଳାକୃତି କୁ ନିଜ ଜୀବନରେ ଅଭୁଲା ସ୍ମୃତି ଶିକ୍ଷା ଗ୍ରହଣ କରିଛନ୍ତି। କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଙ୍କ ନେତୃତ୍ୱ, ଶୈଳେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ, ସଞ୍ଜୟ ଦର୍ଜୀ, ରେବତୀ ନାଏକ, ବିକ୍ରମ ସେଠୀ,ଛାତ୍ରୀ ଯୋଗଦେଇ।
