ଓଁ ମା ତାରିଣୀ ପୀଠରେ ବାର୍ଷିକ ମେଳା ଓ ପାଲା ଉତ୍ସବ ଢେଙ୍କାନାଳ (ନି ପ୍ର ବିରଞ୍ଚି ନାରାୟଣ ସାହୁ ) ଗନ୍ଦିଆ ବ୍ଲକ ମହିମାଗାଦି ଯୋରନ୍ଦାର ତାରିଣୀ ପୀଠରେ ଚଳିତ ନୂତନ ବର୍ଷଅୟମାରମ୍ଭରେ ପବିତ୍ର ପଣାସକ୍ରାନ୍ତି ଅବସରରେ ଇଂରାଜୀ ତା -08-04-2026 ରିଖ ବୁଧବାର ଠାରୁ 13-04-2026ରିଖ ସୋମବାର ପର୍ଯ୍ୟନ୍ତ ଆମ୍ଭ ଯୋରନ୍ଦା ମାତାରିଣୀ ପୀଠରେ ବାର୍ଷିକ ମେଳା ଓ ପାଲା ଉତ୍ସବ ମହାସମାରୋହରେ ଚାଲୁଅଛି l ପ୍ରତ୍ୟେକ ଦିନ ସଂନ୍ଧ୍ୟା 7ଘଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଅଛି l ତା 08-04 ଠାରୁ ତା 10-04-26 ପର୍ଯ୍ୟନ୍ତ ପାଲା ପରିବେଷଣ କରିବେ ଗାୟକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା ଓ ସାଥି, ନୟାଗଡ. ଓ ତା – 11-04-26 ଠାରୁ ତା – 13-04-26 ରିଖ ପର୍ଯ୍ୟନ୍ତ ପାଲା ପରିବେଷଣ କରିବେ ଗାୟିକା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବଳବନ୍ତରାୟ, ଚିଲିକା, ହରିପୁର, ଖୋର୍ଦ୍ଧାl ପ୍ରତ୍ୟେକ ରାତ୍ରର ପାଲା ପରିବେଷଣ ସମୟରେ ଅନୁଷ୍ଠାନ ତରଫରୁ ଚାହା ପାଣିର ବ୍ୟବସ୍ତା ହୋଇଛି,ତା -14-04-2026 ରିଖ ମଙ୍ଗଳବାରଦିନ ମା ତାରିଣୀଙ୍କ ପଣା ସଂକ୍ରାନ୍ତି ପର୍ବ ଅନୁଷ୍ଠିତ ହେବ, ଏହିଦିନ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାଙ୍କର ପୂଜା ଅର୍ଚ୍ଚନା କରିସାରିବାପରେ ପଣା ଭୋଗ ପିଇବା ପାଇଁ ବ୍ୟବସ୍ଥା କରାଯାଇଛି l ମା ତାରିଣୀଙ୍କ ପୂଜା କମିଟିର ସଭ୍ୟମାନେ ହେଲେ ଅକ୍ଷୟ କୁମାର ଶତପଥୀ,ଦିଲ୍ଲୀପ କୁମାର ସାହୁ, ନିମାଇଁ ଚରଣ ସାହୁ,ଜଗତାନନ୍ଦ ବେହେରା, ବାଉରୀବନ୍ଧୁ ସାହୁ, ଓ ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ମା ତାରିଣୀଙ୍କ ବାର୍ଷିକ ମେଳା ମହୋତ୍ସବଟିକୁ ସୂଚାରରୂପେ ପରିଚାଳନା କରୁଛନ୍ତି l
