
ସୋର ବିଜେପି ତରଫରୁ କ୍ୟାଣ୍ଡେଲ ଶୁଭାଯାତ୍ରା।
ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ୪୫ ନମ୍ବର ଜୋନ୍ ଅନନ୍ତପୁର ପଞ୍ଚାୟତ ଠାରେ ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆମର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ର, ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା, ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା, ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମଲ୍ଲିକ,ନିରୋଦପ୍ରଭା ପଣ୍ଡା ପ୍ରମୁଖ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।
ଧର୍ମ ନାମରେ ଦେଶର ଶାନ୍ତି ଭଙ୍ଗ କରିବାର ଅପଚେଷ୍ଟା କରୁଥିବା ପଡୋଶୀ ଦେଶର ଆତଙ୍କୀମାନଙ୍କ ଉଦ୍ଦେଶ୍ୟ କେବେ ପୁରା ହେବ ନାହିଁ। ଆତଙ୍କବାଦ ବିରୁଦ୍ଧରେ ଆମେ ସମସ୍ତ ଭାରତୀୟ ମାନବ୍ୟର ପ୍ରଧାନମନ୍ତ୍ରୀଙ୍କ ସାଥୀରେ ଏକଜୁଟ ଅଛୁ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଥିଲେ।