*ଖଡିଆଳ ପବ୍ଲିକ ସ୍କୁଲ ରେ ଉତ୍ସବ ପରିବର୍ତ୍ତନ ପାଳିତ,ନର୍ସରୀ ରୁ ପ୍ରାଥମିକ କୁ ଉନ୍ନୀତ,ନୂତନ ଆଶା ଉଦ୍ଧିପନା ସହ ଶୃଙ୍ଖଳିତ ଛାତ୍ର ଜୀବନ କାମନା ନେଇ ଉତ୍ସବ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ପବ୍ଲିକ ସ୍କୁଲ ର ନର୍ସରୀ ଛାତ୍ର ଛାତ୍ରୀଙ୍କୁ ଉତ୍ସବ ପରିବର୍ତ୍ତନ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ସ୍କୁଲ ଯିବାର ମଜା, ସ୍ୱାଧୀନତା ସହ କଟକଣା, ପାଠ୍ୟ ପୁସ୍ତକ ର ମଧ୍ୟରେ ଛନ୍ଦି ନ ହୋଇ ଛାତ୍ର ଜୀବନକୁ ଅନେକ ନୂତନତ୍ବ ବାର୍ତ୍ତା ରେ ଏକ ଶୃଙ୍ଖଳିତ ନାଗରିକ ଗଠନ କରିବାର ଆଶା କୁ ଦିଷା ଦେବାର ଅଭିନବ ପ୍ରୟାସ କରିଚାଲିଛି ଖଡିଆଳ ପବ୍ଲିକ ସ୍କୁଲ। ନର୍ସରୀ ରୁ ପ୍ରାଥମିକ କୁ ଉନ୍ନୀତ ହେବା ଅଭିଭାବକ ମଧ୍ୟରେ ମଧ୍ୟ ଅନେକ ଉତ୍ସାହ ଦେଖାଯାଇଥାଏ। ଆଜି ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଯୋଗ ଦେଇ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ଙ୍କ ମିଲତ ଉଦ୍ୟମ ରେ ଏକ କଢ଼ କୁ ଫୁଲ ରେ ପରିଣତ କରିବାର ପ୍ରୟାସ ସଫଳ ସାଧିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ପରିଚାଳନା ଅଧ୍ୟକ୍ଷ ବିନୋଦ କୁମାର ଅଗ୍ରୱାଲ, ସମ୍ପାଦକ ଚିତ୍ତରଞ୍ଜନ ଦେଓ, ସ୍କୁଲ ପ୍ରିନ୍ସିପାଲ ଏଲ. ଶ୍ରୀନିବାସ, ପରିଚାଳନା କୋଷାଧ୍ୟକ୍ଷ ମନୋରଜଂନ ରାଉତ, ବରିଷ୍ଠ ସଦସ୍ୟ କୈଳାସ ଅଗ୍ରୱାଲ, ତରୁଣ ପ୍ରଧାନ,ପ୍ରଣତୀ ପଣ୍ଡା, ନୀଳିମା ରାଣୀ ସାଗର ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
