ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ, ମୟୁରଭଞ୍ଜ ଶାଖାର ବନ୍ଧୁମିଳନ ଓ ଆଲୋଚନା ପର୍ବ
——————————————–
ବାରିପଦା – – ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ସମ୍ମିଳନୀ କକ୍ଷରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ, ମୟୁରଭଞ୍ଜ ଶାଖାର ପ୍ରଥମ ବନ୍ଧୁ ମିଳନ ଓ ଆଲୋଚନା ପର୍ବ ଅନୁଷ୍ଠିତ ହୋଇଯାଇଛି I
ସଙ୍ଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶୁଭାଶିଷ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅଜୟ କୁମାର ନାୟକ ଏକ ବର୍ଷ ମଧ୍ୟରେ ସଂଘର କାର୍ଯ୍ୟକଳାପ ଉପରେ ବିବରଣୀ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସମାଜସେବୀ ଶ୍ରୀଯୁକ୍ତସୋମନାଥ ସିଂହ ଯୋଗ ଦେଇ ରାଷ୍ଟ୍ର ଗଠନରେ ମିଡ଼ିଆର ଭୂମିକା ଉପରେ ଆଲୋକପାତ କରିବା ସହ ଜଣେ ନିର୍ଭିକ ଓ ସଚ୍ଚୋଟ ସାମ୍ବାଦିକ ଭାବେ ଗରିବ ନିଃସହାୟଙ୍କ ସ୍ୱରକୁ ସରକାରଙ୍କ ଆଗରେ ଉତ୍ଥାପନ କରି ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ I ରାଜ୍ୟ ଉପାଧ୍ୟକ୍ଷ ଦେବାଶିଷ ଶତପଥି ସାମ୍ବାଦିକ ମାନଙ୍କର ସୁରକ୍ଷା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବାପାଇଁ ରାଜ୍ୟ ସଙ୍ଘ ସଂଗ୍ରାମ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ବିଶ୍ଵହିନ୍ଧୁ ପୋରିଷଦ ମୟୂରଭଞ୍ଜ ପୁର୍ବ ଜିଲ୍ଲାର ପୁର୍ବତନ ଜିଲ୍ଲା ସଂମ୍ପାଦକ ଓ ଯୁବ ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଆଚାର୍ଯ୍ୟ,ଅଶୋକ କୁମାର ବେହେରା ତଥା ରାଜ୍ୟ କାଉନସିଲ ସଭ୍ୟ ଜିତେନ୍ଦ୍ର ରାଜ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଦିନେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନେ ସଂଘବଦ୍ଧ ହୋଇ କାର୍ଯ୍ୟକଲେ ନିର୍ଭିକ ଭାବରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବେ ବୋଲି ମତପୋଷଣ କରିଥିଲେ I ଶ୍ରୀମତୀ ମୋନାଲିସା ସାହୁ, ଶିବାନନ୍ଦ ବାଗ, ଅଜିତ କୁମାର ମହାରଣା ଓ ଶଶୀକାନ୍ତ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ମୟୂରଭଞ୍ଜ ଜିଲ୍ଲାର ତିରିଶି ଜଣରୁ ଅଧିକ ସାମ୍ବାଦିକ ଅଶଗ୍ରହଣ କରିଥିଲେ ।
