
ଦନ୍ତାହାତୀ ଆକ୍ରମଣରେ 3ଜଣ ଗୁରୁତର
ବର୍ତ୍ତମାନର ବଡ଼ ଖବର
Birking News
ତାରିଖ ୫/୪/୨୬
ସ୍ଥାନ ପରଜଙ୍ଗ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡେହେଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କନ୍ତୁରୁ ପଞ୍ଚାୟତ ଗ୍ରାମ ନିକଟକୁ ମହୁଲ ଫୁଲ ସଂଗ୍ରହ କରି ଯାଇଥିବାବେଳେ ଦନ୍ତାହାତୀ ଆକ୍ରମଣରେ 3ଜଣ ଗୋରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପରଜଙ୍ଗ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ଆହତ ମାନେ ହେଲେ ସେହି ଗ୍ରାମର ଦେବରାଜ ସାହୁ,୭୦ବର୍ଷ, ସାବିତ୍ରୀ ସାହୁ ୫୦ବର୍ଷ,ବାରିହାପୁରୁ ଗ୍ରାମର ଆଦିତ୍ୟ ସାହୁ ୩୬ବର୍ଷ ଉଭୟ ସକାଳୁ ସକାଳୁ ଜଙ୍ଗଲ କୁ ମହୁଲ ସଂଗ୍ରହ କରି ଫେରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ 3ଜଣ ଗୋରୁତର ହୋଇଥିଲେ ଘଟଣାସ୍ଥଳରେ ଡେହେଡୋଳ ଫରେଷ୍ଟର ଶ୍ରୀ ଚନ୍ଦ୍ରମଣି ବେହେରା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି
