ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର
ବେଲଗୁଣ୍ଠା, ୦୩/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନ ଅଧ୍ୟକ୍ଷ ଡ. ଗିରିଧର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ମୁଖ୍ୟ ଡ. ଇ.ରବିନାରାୟଣ ପାତ୍ର ଏବଂ ଅଧ୍ୟାପକ ଡ.ସଂଜୀବ କୁମାର ଦାଶ ମଞ୍ଚାସୀନ ଥିଲେ I ପାଠଚକ୍ର ସନ୍ଦର୍ଭ ଏଭର ୱାଟର୍ ହାର୍ଭେଷ୍ଟିଙ୍ଗ୍ ୟୁଜିଙ୍ଗ୍ ଏମ୍.ଓ.ଏଫ୍ ଶୀର୍ଷକକୁ ଶେଷ ବାର୍ଷିକ ଛାତ୍ର ଅଂଶୁମାନ ମିଶ୍ର ପାଠ କରିଥିଲେ I ବର୍ତ୍ତମାନ ସମୟରେ ପ୍ରାକୃତିକ ବିପର୍ଯୟ ସମୟରେ ଜଳର ଆବଶ୍ୟକତାକୁ ଏହା ପୂରଣ କରିବାରେ ବିଶେଷ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ I ପାଠଚକ୍ର ସମ୍ପାଦିକା ଗାୟତ୍ରୀ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାଜକିଶୋର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I ତପନ ତ୍ରିପାଠୀଙ୍କ ସମେତ ରସାୟନ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I
ଫଟୋ
