ଅଗ୍ନି ବିପନ୍ନ ପରିବାର ପାଇଁ ଦେବ ଦୂତ ସାଜିଲେ ଅବସର ପ୍ରାପ୍ତ ସେନା ଅଧିକାରୀ
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ର ବୈଭବ ନଗର ସାହି ର ପ୍ରଫୁଲ୍ଲ ନାୟକ ଙ୍କ ଘର ଟି ବିଦ୍ୟୁତ ତାର ରୁ ସଟ ସର୍କିଟ ହୋଇ ଘର ଟି ସମ୍ପୂର୍ଣ ପୋଡି ଛାରଖାର ହୋଇ ଜାଇ ଥିଲା ଓ ଘରେ ବର୍ଷକର ଆହାର ଧାନ, ଚାଉଳ,ଲୁଗାପଟା, ସବୁପୋଡି ଜାଇ ଥିବା ବେଳେ ଦୁଃଖ ର ପାହାଡ଼ ଲଦି ହୋଇ ଜାଇଥିଲା l ଦୃଭାଗ୍ୟ ର କଥା ପ୍ରଫୁଲ୍ଲ ନାୟକ ଓ ତାଙ୍କ ସ୍ତ୍ରୀ ବିଜୁଳି ନାୟକ ଦୁଇ ଜଣ ଯାକ ଭିନ୍ନକ୍ଷମ ହୋଇଥିବା ବେଳେ ସରକାରୀ ସୁବିଧା ରୁ ଏବେବି ବଞ୍ଚିତ l ସ୍ୱାମୀ,ସ୍ତ୍ରୀ ଙ୍କ ସପ୍ନ ର ଘର ଟି ସମ୍ପୂର୍ଣ ପୋଡି ନଷ୍ଟ ହୋଇ ଯିବା ଯୋଗୁ ଦୁର୍ଦିନରେ ଦିନ କାଟୁଛନ୍ତି l ଏବେ ବି ସରକାର ସାହାଯ୍ୟ ରୁ ବଞ୍ଚିତ ବ୍ଲକ ପ୍ରଶାସନ ଖଣ୍ଡିଏ ଜରି ପାଲ ଦେଇ ନିଜର କର୍ତ୍ତବ୍ୟ ସାରି ଦେଇଛି l ଘରଟି କିପରି କରିବ ବ୍ଲକ କୁ ଧାଇଁ ଧାଇଁ ନୟାନ୍ତ ହେଲାଣି l ଏ ଗରିବ ବୃଦ୍ଧା ଙ୍କ ଦୁଃଖ ଶୁଣିବାକୁ ଯେ ଏମିତି କାହା ପାଖରେ ସମୟ ନାହଁ l ଠିକ୍ ସେତିକି ବେଳେ ଦେବ ଦୂତ ହୋଇ ସେହୀ ଗ୍ରାମ ର ଅବସର ପ୍ରାପ୍ତ ସେନା ଅଧିକାରୀ ସୁବାଷ ରାଉତ ଆସି ସାହାଯ୍ୟ ର ହାତ ବଢ଼ାଇ ଥିଲେ l କିଛି ରାସନ ସାମଗ୍ରୀ ଓ ବସ୍ତ୍ର ଦେଇ ଥିଲେ ଓ ଏହି ଗରିବ ପରିବାର ଟି କିପରି ସରକାରୀ ସାହାଯ୍ୟ ପାଇ ପାରିବ ବ୍ଲକ ପ୍ରଶାସନ ପାଖରେ ଦୃଷ୍ଟି ଗୋଚର କରାଇଛନ୍ତି l ଅବସର ପ୍ରାପ୍ତ ସେନା ଙ୍କ ଏପରି କାର୍ଯ୍ୟ କୁ ବୁଦ୍ଧି ଯିବି ମହଲ ରେ ବେସ ପ୍ରଶଂସା କରାଯାଉଛି l ଦେଖିବାକୁ ବାକି ରହିଲା ପ୍ରଫୁଲ୍ଲ ଙ୍କୁ ସରକାରୀ ସୁବିଧା କେଏବେ ମିଳୁଛି ସ୍ଥାନୀୟ ଜନସାଧାରଣ ଚାହିଁ ରହିଛନ୍ତି
