ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ:(ରମେଶ ଅଗ୍ରୱାଲ.:ନିପ୍ର) – ତା. ୩/୦୪- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି l ଆଜି ସମସ୍ତ କର୍ମଚାରୀ ମlନେ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି କାର୍ଯ୍ୟରେ ଯୋଗଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ,ଶ୍ରୀ ନବୀନ ଚନ୍ଦ୍ର ନୟାକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ନିହାର ରଞ୍ଜନ କହଁର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟକ୍ରମre ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀମତୀ ଏଲିଜାବେଥ ଗୋରଡା,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ସୂର୍ଯ୍ୟ ନାରାୟଣ ମହାରଣା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ସିଛୁଆନ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ,ଯୋଗଦେଇ ପାରମ୍ପରିକ ପୋଷାକ ପରିଧାନ ଓ ବୁଣାକାର ମାନଙ୍କ ଜୀବନ ଧାରଣଲାର ମାନ ବୃଦ୍ଧି କରିବାସହ ଆଞ୍ଚଳିକ ପରିଚୟ ପରିପ୍ରକାଶ କରିଥାଏ ବୋଲି ଅତିଥି ମାନେ କହିଥିଲେ l ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗଦେଇଥିବା ଡେପୁଟି କଲେକଟର ଓଡ଼ିଆ ସହକାରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ପ୍ରଧାନ,ମାନୁଇଲା ପ୍ରିୟଦର୍ଶିନୀ, ଭଡାଲ ରାଣୀ,ଶ୍ରୀ କଳିଙ୍ଗ କୁମାର ପୂଜାରୀ , ଶମୀ ରଞ୍ଜନ ଭୂୟାଁ , ପଲ୍ଲବୀ ସରକାର , ପି . ଅଙ୍କିତା ଦୋରା ,ମନଭଞ୍ଜନ କହଁର,ବରିଷ୍ଠ ସାମ୍ବାଦିକ ବି ନlଗରଜୁ, ରଞ୍ଜନ ମହାନ୍ତି, ରାଜସ୍ୱ ସହାୟକ ମାନସ ସାହୁ, ଦେବାନନ୍ଦ ରଥ, ମାରିୟନା କିରୋ,ଚିତ୍ତରଞ୍ଜନ ବେହେରା,ସୁଭାଷ କେରକେଟା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, କବିର ସଗଡ଼ିଆ, ରଂଜିତ, ଚନ୍ଦ୍ରକାନ୍ତ ଆଦି ବହୁ କର୍ମଚାରୀ ଯୋଗଦେଇଥିଲେ l
