*ଉତ୍କଳ ଦିବସ ପାଳନ ହୋଇଛି
ବେଲଗୁଣ୍ଠା, ୦୨/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ , ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ତଥା ବ୍ୟାସକବି ଫକୀର ମୋହନ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ସମେତ ବରେଣ୍ୟ ସାହିତ୍ୟ ସ୍ରଷ୍ଟାଙ୍କୁ ପୁଷ୍ପାର୍ଚ୍ଚନ କରି ଅତିଥି ଅବସର ପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ପାଣିଗ୍ରାହୀ , ରବୀନ୍ଦ୍ରନାଥ ପାଣିଗ୍ରାହୀ, ଉପଦେଷ୍ଟା ରବୀନ୍ଦ୍ରନାଥ ରଥ, ଶ୍ରୀଚିନଂ. ଚିଦାନନ୍ଦ ପାତ୍ର, ଶୁଭେଚ୍ଛୁ ମାଲଗୌଡ଼, ଅନୁଷ୍ଠାନର ସଭାପତି ବିଜୟକୁମାର ସ୍ୱାଇଁ, ଉପସଭାପତି କାଳୀ ଚରଣ ପାଢ଼ୀ, ସମ୍ପାଦକ ପବିତ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର ପ୍ରମୁଖ ଉତ୍କଳର ଗୌରବାବହ ଗାଥା ସ୍ମରଣ କରାଇଥିଲେ । ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇତ୍ୟବସରରେ ସମସ୍ତ ଶିଶୁ ନୂତନ କକ୍ଷ ପ୍ରବେଶ ପୂର୍ବରୁ ସନାତନ ରୀତିରେ ହୋଇ ଯଜ୍ଞାଦି କାର୍ଯ୍ୟ କରାଯାଇଥିଲା । ଶିଶୁମାନେ ଶ୍ରୀ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ବେଦ ପୁସ୍ତକ ମସ୍ତକରେ ଧରି ବିଶାଳ ପଟୁଆରରେ ବିଦ୍ୟାଳୟ ରେ ପହଞ୍ଚିଥିଲେ । ଅନୁଷ୍ଠାନର ସମସ୍ତ ସେବାବ୍ରତୀ ଗୁରୁଜୀ କୈଳାସ ଚନ୍ଦ୍ର ମହାନ୍ତି, ରାଜୀବ ରଞ୍ଜନ ଶତପଥୀ, ପ୍ରଫୁଲ୍ଲ ମହାରଣା, ଲକ୍ଷ୍ମଣ ଦାଶ , ବସନ୍ତପରିଛା ଓ ପ୍ରଶାନ୍ତ ଗୌଡ଼ ତଥା ଗୁରୁମା ଗୀତାଞ୍ଜଳି ଉଦ୍ଗାତା, ପ୍ରଣୀତା ସ୍ୱାଇଁ, ମମତା ଶ୍ରୀପାଠୀ , ଶ୍ରୀନିବାସୀ ନାଇକ, ଦୀପ୍ତିରେଖା ସ୍ୱାଇଁ, ପି ନିରୁପମା ପାତ୍ର, ମମତା ଗୌଡ଼, ଆକାଂକ୍ଷା ଗୌଡ଼, ବିଦେଶିନୀ ପ୍ରଧାନ,ମିନତୀ ମିଶ୍ର, ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ମାଧୁରୀ ଗୌଡ଼ ଅନୁରାଧା ମହାରଣା,ଭାରତୀ ଗୌଡ଼, ତପସ୍ଵିନୀ ଜେନା, ମଧୁସ୍ମିତା ପ୍ରଧାନ,କଳ୍ପନା ସାମଲ, ଜୟନ୍ତୀ ସାହୁ, ରିଙ୍କି ପାତ୍ର, ସୌଭାଗ୍ୟବତୀ ସେଠୀ, ସ୍ମିତା ପାତ୍ର, ବର୍ଷାରାଣୀ ସାହୁ, ସ୍ୱପ୍ନାରାଣୀ ବଢ଼େଇ, ଦୀପ୍ତିମୟୀ ଗୌଡ, ଜ୍ୟୋତିର୍ମୟୀ ପ୍ରଧାନ, ସନ୍ତୋଷ କୁମାର ପତି, ତଥା ସମସ୍ତ ମାଉସୀ ଓ ମଉସା ପୂର୍ଣ୍ଣ ସହଯୋଗ କରିଥିଲେ। ସାମ୍ବାଦିକ ଶିବରାମ ଚଉଧୁରୀ, ନାରାୟଣ ପଣ୍ଡା, ଅନେକ ଅଭିଭାବକ ଅଭିଭାବିକା ଓ ଶୁଭେଚ୍ଛୁ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସରସ ଓ ସୁନ୍ଦର କରିଥିଲେ । ବିଦ୍ୟାଳୟର ସମସ୍ତ ଶିଶୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଶିକ୍ଷାବର୍ଷ-୨୦୨୬-୨୭କୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଆମ ଶିଶୁ ମନ୍ଦିର ଏଭଳି ଉଦ୍ୟ କାର୍ଯ୍ୟକ୍ରମ କରି ସମସ୍ତଙ୍କ ଦୃଷ୍ଟିରେ ଆମ ଅଞ୍ଚଳରେ ପ୍ରମୁଖ ଆଦର୍ଶର କେନ୍ଦ୍ରବିନ୍ଦୁ ହୋଇ ପାରିଛି ।
