*ସୁନାପୁର ସରସ୍ବତୀ ଶିଶୁ ମନ୍ଦିରରେ ଉତ୍କଳ ଦିବସ ଓ ପଞ୍ଚଦଶତମ ପୁରସ୍କାର ବିତରଣ ସମାରୋହ*
ଚିକିଟି, ୦୧/୨୬, ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମରେ ଅବସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଉତ୍କଳ ଦିବସ ଓ ପଞ୍ଚଦଶତମ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନଞ୍ଜୟ ବେହେରା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସୁନାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀଧର ବେହେରା ଓ ସୁରଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା କୁମାରୀ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ତଥା ସାମ୍ବାଦିକ ଶ୍ରୀଯୁକ୍ତ ନିଗମାନନ୍ଦ ପଣ୍ଡା ଓ ସୁନାପୁର କ୍ଲଷ୍ଟର ସିଆରସିସି ମଞ୍ଜନ କୁମାର ବେହେରା, ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ମାଁ’ସରସ୍ୱତୀ ଶିଶୁ ମନ୍ଦିର ର ପ୍ରତିଷ୍ଠାତା ରମେଶ ଚନ୍ଦ୍ର ବେହେରା, ବରିଷ୍ଠ ସ୍ବାସ୍ଥ୍ୟ କର୍ମଚାରୀ କେ.କୁଶକୁମାର, ବରିଷ୍ଠ ଶିକ୍ଷକ ପ୍ରଶନ୍ନ କୁମାର ଓଡିଆ, ସମାଜସେବୀ ଭୁବୁନି ବେହେରା, ବୈଷ୍ଣବ ବେହେରା, ସାମ୍ବାଦିକ ସୁରଜିତ ରାଉଳ ଯୋଗ ଦେଇଥିଲେ। ଉତ୍କଳର ପ୍ରାଚୀନ ସଂସ୍କୃତି, ପରମ୍ପରା,ନୈବାଣିଜ୍ୟ ମହାନତା ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ। କଠିନ ପରିଶ୍ରମ ଓ ସମାୟାନୁବର୍ତୀତା ଦ୍ବାରା ସବୁ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଓଡ଼ିଶାର ସଂସ୍କୃତି ଓ ଓଡ଼ିଆ ଅସ୍ମିତା ବଞ୍ଚେଇ ରଖିବାକୁ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରେଇଥିଲେ। ବିଦ୍ୟାଳୟ ର ସମ୍ପାଦକ ଶ୍ରୀବତ୍ସ ଲାଞ୍ଛନ ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ସହ ପ୍ରଧାନ ଆଚାର୍ଯ୍ୟା ଗୀତାଞ୍ଜଳୀ ଗୁରୁମା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ, ସମସ୍ତ ଗୁରମା, ଗୁରୁଜୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ବ୍ରହ୍ମପୁର ର ସ୍ୱନାମଧନ୍ୟ ସାମ୍ବାଦିକ, ଉପସ୍ଥାପକ, କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ସୋରଜ କୁମାର ମହାନ୍ତି ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା। ପରିଶେଷରେ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉପସ୍ଥିତ ଅତିଥି ଓ ଅଭିଭାବକ ମାନେ ମନମୁଗ୍ଧ ହୋଇଥିଲେ।
