ଜାଭିଅର ପବ୍ଲିକ ସ୍କୁଲର ନବମ ତମ ବାର୍ଷିକ ଉତ୍ସବ ପାଳିତ
କୋଇଡା:-ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ କାଲତା ପଞ୍ଚାୟତ କମଣ୍ଡ ଗ୍ରାମ ଅଧିନସ୍ଥ କମଣ୍ଡ ଜାଭିଅର ସ୍କୁଲ ର ପରିସରରେ ବହୁ ଧୂମଧାମ ରେ ନବମ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାଶିକ୍ଷୟିତ୍ରୀ ମଧୁସ୍ମିତା ମହାନ୍ତଙ୍କ ପୌରହିତ୍ୟ ଓ ବଶିଷ୍ଠ ଶିକ୍ଷକ ପ୍ରେମାନନ୍ଦ ମହାନ୍ତ ଓ ସ୍କୁଲ ପରିଚାଳନା କମିଟିଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କୋଇଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା, ଜାଭିୟର ସ୍କୁଲର ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ବଣାଇ ବିଧାୟକ ଜନାର୍ଦ୍ଦନ ଦେହୁରୀ, ଉପସଭାପତି ତଥା ସମାଜସେବୀ ସନାତନ ଘଣା, ସଂପାଦକ ବିଦ୍ୟାଧର ପାତ୍ର , ମୁଖ୍ୟ ବକ୍ତା ଭାବେ ରୁଙ୍ଗୁଟା ସି ଜି ଏମ୍ ଆନନ୍ଦ ସାହୁ , କୋଇଡ଼ା ଏ,ବିଇ,ଓ ଭରତ ଚନ୍ଦ୍ର ମାହାନ୍ତି, କୋମଣ୍ଡ ପ୍ଲାଣ୍ଟ ଜିଏମ୍ ପିକେ ବିଦ୍ୟାଧର, ପ୍ଲାଣ୍ଟ ଏଜିଏମ୍ ରମଣୀ ରଞ୍ଜନ ମାହାନ୍ତ ପ୍ରମୁଖ ପହଞ୍ଚି ଦ୍ଵୀପ ପ୍ରଜୁଳନ କରି ବାବା ଗଣପତିଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ମଞ୍ଚରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।ପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ନିଜ ନିଜ ଅଭିଭାଷଣ ମାଧ୍ୟମରେ ସ୍କୁଲର ଛାତ୍ର ଛାତ୍ରୀ ମାନେ ବଡ଼ ମଣିଷ ହୋଇ ସ୍କୁଲର ନାଁ ରଖିବା ଉଚିତ୍ ବୋଲି କହିଥିଲେ। ପିଲାମାନଙ୍କର କଳା ସଂକୃତିକୁ ନିଜ ନୃତ୍ଯ ମଧ୍ୟମରେ ଅତିଥି ମାନଙ୍କ ସମ୍ମୁଖରେ ପ୍ରଦଷଣ କରି ଦେଖାଇଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା, ଏବଂ ଆଜିର ଭଲ ନୃତ୍ଯ ପରିବେଷଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଅତିଥିଙ୍କ ହସ୍ତରୁ ପୁରସ୍କାର ଓ ମାନପତ୍ର ବିତରଣ କରଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଗ୍ରାମାର ବରିଷ୍ଟ ନାଗରିକ, ଅଭିଭାବକ,ଅଭିଭାବିକା, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
