*ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ସହ ଓଡ଼ିଶା ଦିବସ ପାଳନ, ମାରାଗୁଡା ମହୋତ୍ସବ ର ବିଶାଲ ମଶାଲ ଯାତ୍ରା, ଜିଲ୍ଲପାଳ ବିଧାୟକ ଏବଂ ଅନେକ ଅଧିକାରୀ ବାଦ୍ୟ ବଜାଇବାରେ ବିଭୋର, ନୂଆପଡ଼ା ଉତ୍ସବ ମୁଖରିତ* ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୪.
ଆଜି ନୂଆପଡ଼ା ଜିଲ୍ଲାର ଗଠନ ଦିବସ ପାଳନ କରୁଅଛି। ଜିଲ୍ଲା ଗଠନ ରେ ୩୪ ବର୍ଷ ପୂର୍ଣ୍ଣ ହୋଇଥିବା ବେଳେ ନୂଆପଡ଼ା ଏକ ବିକଶିତ, ଉନ୍ନତ ଏବଂ ତାରୁଣ୍ୟରେ ଜର୍ଜରିତ ଜିଲ୍ଲା ରୂପେ ଦଣ୍ଡାୟମାନ। ଏଠାରେ ଥିବା ଅଧିବାସୀ, ଅଧିକାରୀ ଏବଂ ରାଜ୍ ନେତା ଙ୍କ ମହାସଙ୍ଗମ୍ ଏହି ବିଶାଳ ଶୋଭାଯାତ୍ରା ରେ ପରିଲକ୍ଷିତ ହେଉଅଛି। ଏକା ସାଙ୍ଗରେ ତିନି ଟି ଉତ୍ସବ। ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ, ଓଡ଼ିଶାର ଦିବସ ସହ ମାରାଗୁଡା ମହୋତ୍ସବ ପାଳନ ହେଉଅଛି। ମାରାଗୁଡା ମହୋତ୍ସବ ଏପ୍ରିଲ ୧ ତାରିଖ ତାରୁ ପାଞ୍ଚ ଦିନ ଧରି ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ବିଶାଲ ମଶାଲ ଶୋଭାଯାତ୍ରା ରେ ବିଧାୟକ ଜୟ ଢୋଲକିଆ ମୁଦୁଙ୍ଗ ବାଜାଉ ଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାଶ ନିଶାନ ଏବଂ ଝାଞ୍ଜ ବାଯାଉଥିବା ଦେଖାଯାଉଥିଲେ। ସମସ୍ତେ ଏକାକାର ହୋଇ ନିଜ ଉତ୍ସବ ମାଧ୍ୟମ ରେ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ଓ ଇତିହାସ କୁ ଉଜ୍ଜୀବିତ କରିବା ପାଇଁ ବଦ୍ଧ ପରିକର। ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ସାଙ୍ଗକୁ ନୂଆପଡ଼ା ର ପ୍ରମୁଖୁ ଖଡିପେୟ ପ୍ରଦର୍ଶନୀ ଭଳି ଅନେକ ନୂତନ ଉପଲବ୍ଧି ଦେଖାଯିବ।
