*ନୂଆପଡ଼ା ଜିଲ୍ଲା ରେ ଜାତୀୟ ଜନଗଣନା -୨୦୨୭ ଆରମ୍ଭ, ଆଜି ଖଡିଆଳ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଘରୁ ଗଣନା ଆରମ୍ଭ, ନିଜେଟ ମୋବାଇଲ୍ ଆପରେ ତଥ୍ୟ କଲେ ଦାଖଲ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୧.୦୪.
ନୂଆପଡ଼ା ଜିଲ୍ଲା ରେ ଜାତୀୟ ଜନଗଣନା -୨୦୨୭ କାର୍ଯ୍ୟ ଆରମ୍ଭ ହୋଇଅଛି। ଆଜି ଖଡିଆଳ ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଏବଂ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଘରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି। ଆଜି ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନିଜସ୍ୱ ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଅଧିକାରୀମାନେ ଯାଇ ନିଜସ୍ୱ ଗଣନା ରେ ସହଯୋଗ କରିଛନ୍ତି। ଆସନ୍ତା ୧୬ ଏପ୍ରିଲ ରୁ ଗଣନା ନିୟୁମିନେଟର ଘର ଘର ବୁଲି ଗଣନା କରିବେ। ଗଣନା ଅଧିକାରୀ ଏବଂ କର୍ମଚାରୀ ମାନେ ମିଳିତ ରୂପେ ଗଣନା ପାଇଁ ଆବଶ୍ୟକ ସଠିକ ତଥ୍ୟ ଦାଖଲ କରିଥିଲେ। ନିଜ ମୋବାଇଲ୍ ଅପ୍ ରେ ସଠିକ ତଥ୍ୟ ଦାଖଲ କରିଥିବା ବେଳେ ଜନସାଧାରଣ ଙ୍କୁ ମଧ୍ୟ ଗଣନା ଅଧିକାରୀ ଙ୍କୁ ସହଯୋଗ କରିବାକୁ ଆହ୍ବାନ କରିଥିଲେ। ଜାତୀୟ ଜନ ଗଣନା ଖଡିଆଳ ଅଧିକାରୀ ଭାବରେ ଖଡିଆଳ ତହସିଲଦାର ନରସିଂହ ଗଦବା, ଖଡିଆଳ ବିଡ଼ିଓ ମିଳନ କୁମାର ଝଙ୍କାର, ସମାଜ ସେବୀ ଅକ୍ଷୟ ନନ୍ଦ, ସହକାରୀ ତହସିଲଦାର ଭୂପିନ୍ଦର ସିଂ, ସୁଶୋଭିତ ସେନାପତି, ଆଶୁତୋଷ ରାଉତ, ଧର୍ମେନ୍ଦ୍ର ମେହେର,ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇଥିଲେ।
