*ଖଡିଆଳ ଭବାନୀପାଟଣା ୧୬ ନମ୍ୱର୍ ରାଜ୍ୟ ରାଜପଥ ତୁର୍କେଲ ବ୍ରିଜ୍ ବିପଦ ସଙ୍କୁଳ ଅବସ୍ଥା, ଯାତାୟତ ସମ୍ପୂର୍ଣ୍ଣ ଠପ୍, ତୁରନ୍ତ ସ୍ଵାଭାବିକ ପରିସ୍ଥିତି ସହ ନୂତନ ବ୍ରିଜ ନିର୍ମାଣ ପାଇଁ ଦାବୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ଏବଂ ଭବାନୀପାଟଣା ୧୬ ନମ୍ୱର୍ ରାଜ୍ୟ ରାଜପଥ ଅବସ୍ଥା ବିପଦ ସଙ୍କୁଳ ଅବସ୍ଥା ରେ ଦୀର୍ଘ ମାସ ଅତିକ୍ରମ କରିଅଛି। ଯାତାୟତ ସମ୍ପୂର୍ଣ୍ଣ ଠପ୍ ପାଲଟିଛି। ଫଳରେ ଜାତୀୟ ରାଜପଥ ୩୫୩ ଏବଂ ଜାତୀୟ ରାଜପଥ ୨୦୧ ସଂଯୋଗ କରୁଥିବା ଏହି ସଡ଼କ ବ୍ୟାପକ ଭାରୀଯାନ ଯାତାୟତ କରୁଥିଲା। ରାୟପୁର ଠାରୁ ଗୋପାଳପୁର ଏବଂ ବିଶାଖାପାଟଣା ପର୍ଯ୍ୟନ୍ତ ସାମଗ୍ରୀ ବୋଝେଇ ନେବା ଆଣିବା ହେଉଥିଲା। ଦୁଇ ଗୋଟି ସମୁଦ୍ର ପଥ ରୁ ପଡୋଶୀ ଛତିଶଗଡ ରାଜ୍ୟ କୁ ସିଧାସଳଖ ସଂଯୋଗ ହୋଇଥାଏ। କିନ୍ତୁ ଦୀର୍ଘ ଦିନ ରୁ ନିର୍ମାଣ ଏହି ବ୍ରିଜ୍ ଭାଙ୍ଗିବା ପୂର୍ବରୁ ପ୍ରଶାସନ, ସରକାର ଏବଂ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ବ୍ୟୟ ଅଟ୍ଟକଳ ରେ ପ୍ରସ୍ତାବ ଦେବା କଥା। ବର୍ତ୍ତମାନ ସାମାଜିକ ଉତ୍ସବ ପର୍ବ ପର୍ବାଣୀ, ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଯୋଗଦାନ କରିବାରେ ଆଦିବାସୀ ମାନେ ନାହିଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ସେହିପରି ଏହି ପଥ ରୁ ଫୋର ୱେ ସଡ଼କ ଘୋଷଣା ହୋଇଥିବା ବେଳେ ବିଜ୍ଞପ୍ତି ଏବଂ ଟେଣ୍ଡର ପ୍ରକ୍ରିୟା ରେ ରହିଅଛି। ତୁରନ୍ତ ଏହି ସଡ଼କ ପଥ କୁ ନିର୍ମାଣ କାର୍ଯ୍ୟ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।
