-ବରଗଡ ମାଁ ସମଲେଶ୍ୱରୀଙ୍କ ଆଜି ଜଳା ଭିଷେକ ବରଗଡ :୦୧/୦୪(ନି, ପ୍ର) ଚୈତ୍ର ପୂଣ୍ଣିମା ତିଥିରେ ଉତ୍ସବମୁଖର ବରଗଡ଼ ସହର । ପରମ୍ପରା ଅନୁସାରେ ବରଗଡ଼ ମାଁ ସମଲେଶ୍ବରୀଙ୍କ ହେଲା ଗଙ୍ଗା ଜଳାଭିଷେକ । ବଡ଼ି ଭୋରରୁ ମାଁ ସମଲେଶ୍ବରୀଙ୍କୁ ଗଙ୍ଗା ଜଳାଭିଷେକ କରିବା ପାଇଁ ମନ୍ଦିରରେ ଲାଗିଥିଲା ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । କିଏ ହାତରେ ଗରା, ବାଲଟି, ପିତ୍ତଲ ଗଡ଼ୁ ସହ ପଦ୍ମ ଧରିଥିଲେ ଆଉ କିଏ ମନ୍ଦାର, ଚମ୍ବା, ପାରିଜାତ ଭଳି ରଙ୍ଗବେରଙ୍ଗ ଫୁଲ ଧରି ଶୃଙ୍ଖଳିତ ଭାବେ ମାଁ ସମଲେଶ୍ବରୀଙ୍କୁ କରିଥିଲେ ଗଙ୍ଗା ଜଳାଭିଷେକ । ମାଁ ସମଲେଶ୍ବରୀଙ୍କ ଗଙ୍ଗା ଜଳାଭିଷେକ ଉତ୍ସବକୁ ନେଇ ସୃଷ୍ଟି ହୋଇଥିଲା ଭକ୍ତି, ଉପାସନା ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା । ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଲି ଶବ୍ଦରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ଚୈତ୍ର ପୂର୍ଣ୍ଣିମା ତିଥିରେ ମାଁ ସମଲେଶ୍ବରୀଙ୍କୁ ଜଳାଭିଷେକ କଲେ କୋଟି ପାପରୁ ମୁକ୍ତି ମିଳିବା ସହ ପ୍ରାକୃତିକ ଦୁର୍ବିପାକ ଓ ରୋଗବ୍ୟାଧିରୁ ମୁକ୍ତି ଏବଂ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ମିଳେ । ସେପଟେ ପାରମ୍ପରୀକ ରୀତିନିତି ଅନୁସାରେ ମାଁ ସମଲେଶ୍ବରୀଙ୍କୁ ଲାଗିଥିଲା ଛପନ ଭୋଗ ଓ ବିଶ୍ବ ଶାନ୍ତି ପାଇଁ କରାଯାଇଥିଲା ହୋମଯଜ୍ଞ ।
