ଶ୍ରୀ ଶ୍ରୀ ସିଦ୍ଧ ହରିହର ରଘୁନାଥ ମନ୍ଦିରର ବିଶ୍ୱଶାନ୍ତି ମହାଯଜ୍ଞ।
ରଘୁନାଥପୁର(ନି.ପ୍ର) ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧିନସ୍ଥ ବରାଗୋଳ ପଞ୍ଚାୟତର ସାଧୁବନ ପଡିଆ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ହରିହର ରଘୁନାଥ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ ଓ ପଞ୍ଚଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରାମନବମୀ ଠାରୁ ଅଙ୍କୁରରୋପଣ କରାଯାଇ ଶନିବାର କଳସଯାତ୍ରା କରାଯାଇଥିଲା। କଟକ ଜିଲ୍ଲା ଶିର୍ଲୋ ମହାନଦୀ ପାଣ୍ଡବ ଘାଟରୁ ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ଆସି ଯଜ୍ଞମଣ୍ଡପରେ ପହଞ୍ଚି ଥିଲେ। କଳସ ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପଞ୍ଚଦିନାତ୍ମକ ଏହି ବିଶ୍ବଶାନ୍ତି ଯଜ୍ଞରେ ପ୍ରତିଦିନ ସୂର୍ଯ୍ୟ ପୂଜା,ଗୋପୂଜା, ବିଗ୍ରମାନଙ୍କୁ ଆହୂତି ପ୍ରଦାନ ସହିତ ଭଜନସଂନ୍ଧ୍ୟା,ସାଂସ୍କୣତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମଙ୍ଗଳବାର ଏହାର ପୂର୍ଣ୍ଣାହୁତି ସମାପନ ହୋଇଛି। ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ରୁଣ୍ଡହୋଇ ପୂର୍ଣ୍ଣାହୁତି ଦର୍ଶନ କରି ପ୍ରସାଦ ସେବନ କରିଥିଲେ। ଏହି ଯଜ୍ଞ କାର୍ଯ୍ୟକ୍ରମ ରେ ପୂଜକ ଭାବେ ପଣ୍ଡିତ ପ୍ରସନ୍ନ କୁମାର ନନ୍ଦ, ଅଜୟ କୁମାର ଦାଶ, ସମ୍ବିତ ମିଶ୍ର, ଦେବାଶିଷ ପଣ୍ଡା, ରଶ୍ମୀରଂଜନ ରଥ ଓ ଶକ୍ତିପ୍ରସାଦ ମିଶ୍ର କାର୍ଯ୍ୟନିର୍ବାହ କରିଥିବାବେଳେ ସମସ୍ତ ଗ୍ରାମ ବାସୀ ଙ୍କ ସାହାଯ୍ୟ କ୍ରମେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି।
