
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ଗ୍ରାମରେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ସେମିନାର ମ୍ୟାନେଜର ସମ୍ପତ ଭେଙ୍କଟ ରମଣ ଅନୁଷ୍ଠାନିକ ଭାବେ ସେବା କେନ୍ଦ୍ରରେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ମୁଖ୍ୟ ମହେଶ ପ୍ରସାଦ ନାୟକ, ଆଞ୍ଚଳିକ ମୁଖ୍ୟ ବାଲିକ ଦେବପ୍ରସାଦ ବେହେରା, ଆଇପିପିବି କାର୍ଯନିର୍ବାହୀ ରବିନାରାୟଣ ବେହେରା ଏବଂ ଡୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ବିଷ୍ନୁପ୍ରିୟା ବେହେରା ଏବଂ ସମିତିସଭ୍ୟା ଉପସ୍ଥିତ ଥିଲେ।ଏହି ସେବାକେନ୍ଦ୍ର ଦ୍ୱାରା ସ୍ଥାନୀୟ ଲୋକମାନେ ୨୪ଘଣ୍ଟା ସେବା ପାଇପାରିବେ। ଡାକଘର ଅପରାହ୍ନ ୩ଘଣ୍ଟା ପରେ ବନ୍ଦ ହୋଇଯାଉଥିବାରୁ ସାଧାରଣ ଲୋକ ମାନେ ଅସୁବିଧା ହୋଇଥାନ୍ତି ତେଣୁ ଏହି ସେବାକେନ୍ଦ୍ର ଯୋଗୁଁ ଲୋକେ ବହୁତ ଲାଭବାନ ହେବେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବ୍ୟାଙ୍କ ମାନଙ୍କ ଠାରେ ଯେଉଁ ଯେଉଁ ସୁବିଧା ଦିଆଯାଉଛି ସେହିସବୁ ଧା ଏହି ସେବାକେନ୍ଦ୍ର ରେ ମଧ୍ୟ ଉପଲବ୍ଧ ରହିଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ବେହେରା ମତବ୍ୟକ୍ତ କରିଥିଲେ। ଏହି ସେବାକେନ୍ଦ୍ର ଟି କେ ଉମାଶଙ୍କର ରେଡ୍ଡୀ ଙ୍କ ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ର କୋଡ଼ ରେ ଉଦଘାଟିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ପ୍ରତି ପାଞ୍ଚ କିଲୋମିଟର ଦୂରରେ ବ୍ୟାଙ୍କ ପ୍ରତିଷ୍ଠା ହେବ ବୋଲି ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ହିଁ ହଉଛି ଏହି ସେବାକେନ୍ଦ୍ର। ଯାହାଫଳରେ ଲୋକ ମାନେ ଏହିସେବାକେନ୍ଦ୍ର ମାଧ୍ୟମରେ ସବୁ କାମ କରିପାରିବେ। ଏହି ସେବାକେନ୍ଦ୍ର ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ବିଚି ଜିତେନ୍ଦ୍ର ଦଳାଇ, ଦେବରାଜ, ମଲିଶ, ପି ଦିଲେଶ, ମଣ୍ଟୁ, ଗଣେଶ, ଶିବାଶି, ସଚ୍ଚିତନା, ଗୀତାଞ୍ଜଳି, ଡି ସୁଜ୍ଞାନୀ ଏବଂ ରଶ୍ମିତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।