ଅଢେଇକୁଳ ଦଧିବାମନ ଜୀଉଙ୍କ ଅଷ୍ଟମ ପ୍ରହର ନାମଯଜ୍ଞ ।
ରଘୁନାଥପୁର(ନି.ପ୍ର):,ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଢେଇକୁଳ ଗ୍ରାମର ବହୁ ପ୍ରସିଦ୍ଧ ଦଧିବାମନ ଜୀଉଙ୍କ ଅଷ୍ଟମ ପ୍ରହର ନାମଯଜ୍ଞ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ଅଷ୍ଟମ ପ୍ରହର ନାମ ଯଜ୍ଞ କାର୍ଯ୍ୟକ୍ରମରେ ବହୁ କୀର୍ତ୍ତନ ମଣ୍ଡଳୀ ବିଭିନ୍ନ ସ୍ଥାନରୁ ଆସି ଖୁବ ଯାକ ଜମକ ରେ କୀର୍ତ୍ତନ କରୁଥିବା ବେଳେ ବହୁ ମହିଳା ମଣ୍ଡପରେ ଉପସ୍ଥିତ ରହି ହୁଳହୁଳି, ହରିବୋଲ ପକାଇବା ଘଟଣା ବେଶ ଆନନ୍ଦ ଉଲ୍ଲାସର ପରିବେଶ ସୃଷ୍ଟି କରୁଥିଲା। ଏହି ଦଧିବାମନ ଜୀଉଙ୍କ ଆଶୀର୍ବାଦ ବଳରେ ବିଭିନ୍ନ ସ୍ଥାନରୁ ବହୁ ଲୋକ ଆସି ପ୍ରସାଦ ସେବନ କରିବା ସହିତ ଠାକୁରଙ୍କ ସମସ୍ତ କାର୍ଯ୍ୟରେ ଅଂଶଗ୍ରହଣ କରିଥାନ୍ତି। ଠାକୁରଙ୍କ ଏହି ଅଷ୍ଟମ ପ୍ରହରୀ କାର୍ଯ୍ୟକ୍ରମରେ ଉମାକାନ୍ତ ପଟ୍ଟନାୟକ କର୍ତ୍ତା ଭାବେ ସମସ୍ତ କାର୍ଯ୍ୟ ତୁଲାଉଥିବା ବେଳେ ସୁର୍ଯ୍ୟକାନ୍ତ ସ୍ଵାଇଁ, ଅଶୋକ କୁମାର ବେହେରା, ଅଜିତ ସାହୁ, ବବିନ ମହାନ୍ତି, ସମୀର ବାରିକ, ବିରଞ୍ଚି ମହାନ୍ତି, ପ୍ରଭାକର ରାଉତ, ସଞ୍ଜୟ ସାହୁ, ଟୁନିଆ ମୁଦୁଲି, ଅମିୟ ବାରିକ, ନାଣ୍ଡୁ ରାଉତ, ଧନେଶ୍ଵର ଓଝା ଓ ତପନ ବାରିକ ପ୍ରମୁଖ ସହୋଯାଗ କରୁଥିଲେ। ଶ୍ରୀ ଶ୍ରୀ ଦଧିବାମନ ଜୀଉ ଠାକୁରଙ୍କ ସମସ୍ତ କାର୍ଯ୍ୟକ୍ରମ ଶେଷପରେ ନଗର କୀର୍ତ୍ତନ ଗାଁ ସାଇ ବୁଲୁଥିବା ବେଳେ ଯୁବକ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତାଙ୍କ ପର୍ଯ୍ୟନ୍ତ କେଉଁଠି ଦହି, ଲେମ୍ବୁ ପାଣି , ମିଠା, ଚା, ପାନ ଓ ଚକୋଲେଟ ଖାଇ ଗାଁ ପରିବେଶକୁ ରୁଦ୍ଧିମନ୍ତ କରିଦେଇଥିଲେ।
